ବୁଲା କୁକୁରଙ୍କ ପାଇଁ ସୁପ୍ରିମ କୋର୍ଟ ର ଗୁରୁତ୍ୱପୂର୍ଣ୍ଣ ରାୟ

ନିଉଦିଲ୍ଲୀ: – ବୁଲା କୁକୁରଙ୍କ ପ୍ରସଙ୍ଗରେ  ସୁପ୍ରିମ କୋର୍ଟ ର ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କ ଖଦ୍ୟଦିଆଯିବ ନାହିଁ । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେମାନଙ୍କୁ ଖାଦ୍ୟ ଦିଆଯିବ ଓ ନଗର ନିଗମ କିମ୍ବା ସହରାଞ୍ଚଳ ପରିଷଦ ସେମାନଙ୍କର ଖାଦ୍ୟ ବ୍ୟବସ୍ଥା କରିବେ ।

ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଟୀକାକରଣ ପରେ ସେମାନଙ୍କୁ ଛଡାଯିବ । ପାଗଳ ଓ ଅକ୍ରମଣ।ତ୍ମକ କୁକୁରଙ୍କ ବାହାରକୁ ଛଡାଯିବ ନାହିଁ ସେମାନଙ୍କୁ ଆଶ୍ରୟ ସ୍ଥଳୀ ରେ ରଖାଯିବ। ପାଗଳ ଓ ଅକ୍ରମଣ।ତ୍ମକ କୁକୁର ଙ୍କୁ ଉଦ୍ଧାର ବେଳେ ଙ୍ଯେଉଁ ବ୍ୟକ୍ତି ଓ ସଂସ୍ଥା ବିରୋଧ କରିବ ସେମାନଙ୍କୁ ଜୋରିମାନା ୨୫୦୦୦ ରୁ ୨ ଲକ୍ଷ ଫାଇନ କରାଯିବ । ଏମାନଙ୍କ ପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି ହେବ।

ଏନେଇ ସମସ୍ତ ରାଜ୍ୟକୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟ ରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପରେ ପଶୁ ପ୍ରେମୀଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳି ଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *