ଖୋର୍ଦ୍ଧା : – ବିଜୁ ଜନତା ଦଳ ସରକାର ଘୋଷଣା କରିଥିବା ଏନଏସିକୁ ଏବେର ବିଜେପି ସରକାର ବନ୍ଦ କରିଛି । ଏବେ ୧୨ଗୋଟି ଏନଏସି ଘୋଷଣା କରିଥିବା ବେଳେ ସେଥିରେ ବେଗୁନିଆ ଏନଏସିର ନାମ ନାହିଁ ।
ଏନଏସି ଦାବିରେ ଆସନ୍ତା ଅଗଷ୍ଟ୨୨ତାରିଖରେ ୬ ଘଣ୍ଟିଆ ବେଗୁନିଆ ବନ୍ଦ ରାଜରାସ୍ତାକୁ ଓଲ୍ହାଇବେ ବେଗୁନିଆ ବାସି ।

ଏନେଇ ଆଜି ବେଗୁନିଆ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ସରପଞ୍ଚ ବେଗୁନିଆ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନୀଳକଣ୍ଠ ସ୍ୱାଇଁ,ବ୍ଲକ ବିଜେଡି ସଭାପତି , ପ୍ରଶାନ୍ତ ବେହେରା, ବେଗୁନିଆ ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକ ଙ୍କ ସହ ବେଗୁନିଆ ଗ୍ରାମପଞ୍ଚାୟତ ସମସ୍ତ ୱାର୍ଡ ମେମ୍ବର, ସାର୍ବଜନୀନ ଦୁର୍ଗା ପୂଜା କମିଟି ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସହ ବେଗୁନିଆ ଗ୍ରାମପଞ୍ଚାୟତର ସମସ୍ତ ମୁରବି ଉପସ୍ଥିତ ରହି ସରକାର ଙ୍କୁ ଦୃଢ଼ ନିନ୍ଦା କରିବା ସହ ବେଗୁନିଆ ୬ ଘଣ୍ଟିଆ ବେଗୁନିଆ ବନ୍ଦ ରହିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବେଗୁନିଆ ବ୍ଲକ ଉନୟନ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବୈଠକ ରେ ଉପସ୍ଥିତ ଥିବା ପ୍ରତିନିଧି ମଣ୍ଡଳୀ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now