୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଗାଡ଼ି ଚାଳକ ମୃତ

ଖୋର୍ଦ୍ଧା: – ଖୋରଧା ଜିଲ୍ଲା ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ଭୋର ସମୟରେ କଲିକତାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପାଇପ ବୋଝେଇ ଟ୍ରକ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକ ନିକଟ ଓଭର ବ୍ରିଜ୍‍ ମାଟି ଗଦାରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଟ୍ରକ ଚାଳକ ଓ ହେଲପର ଚାପି ହୋଇଯିବାର  ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପରଙ୍କୁ ଉଦ୍ଧାର କରି ମେଡିକାଲରେ ଭତ୍ତି କରାଯାଇଛି ।
ଖବର ପାଇ ଚାନ୍ଦପୁର ଥାନା ଉପ ନିରୀକ୍ଷକ ସଞ୍ଜୟ କୁମାର ପରିଡା ସଦଳବଳେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଓ ହାଇଡ୍ର। ଗାଡିର ସହାୟତାରେ ତ୍ୱରିତ ପଦକ୍ଷେପ ନେଇଥିଲେ। ଚାଳକ ମୁସ୍ତାବରୀ ମିୟାନକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ସହଯୋଗୀ ଦେବବ୍ରତ ବାନାର୍ଜୀକୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି। ଉପ ନିରୀକ୍ଷକ ପରିଡାଙ୍କ ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *