ଖୋର୍ଦ୍ଧା :- ଆଜି ପବିତ୍ର ନନ୍ଦ ଉତ୍ସବ। ପୌରାଣିକ ଯୁଗ ରେ ଏହି ମହାନ୍ ଦିବସ କୁ ବିଭିନ୍ନ ଅନୁଷ୍ଠାନ ରେ ପାଳନ କରାଯାଉଛି। ଆଜିର ଦିନରେ ପ୍ରଭୁ ଶ୍ରୀ କୃଷ୍ଣ ଧରାପୃଷ୍ଠ ରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିନ କୁ ନନ୍ଦ ଉତ୍ସବ ଭାବେ ପାଳନ କରାଯାଏ। ଏହି କ୍ରମରେ ରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ପୋଡ଼ାଡିହ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାରତୀୟ ବିଦ୍ୟା ନିକେତନ ପରିସରରେ ଧାର୍ମିକ ପରିବେଶରେ ନନ୍ଦୋତ୍ସବ ଉତ୍ସବ ପାଳନ ହୋଇ ଯାଇଛି

ସ୍କୁଲ ସଭା ଗୃହରେ ଭଗବାନ ଶ୍ରୀକୃଷ୍ଣ ଓ ରାଧା ରାଣୀ ଶିଶୁ ଅବତାର ମାନେ ଶ୍ରୀକୃଷ୍ଣ ଓ ରାଧା ବେଶ ରେ ଆକର୍ଷଣୀୟ ବେଶରେ ସଜ୍ଜିତ ହୋଇଥିଲେ। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ। ସୁକାନ୍ତି ଜେନା ଓ ସହ ପ୍ରଧାନ ଆଚାର୍ଯ୍ୟ। ଜ୍ୟୋଷ୍ନମୟୀ ଜେନା ଙ୍କ ସଂଯୋଜନା ରେ ଆୟୋଜିତ ଉତ୍ସବ ରେ ଅତିଥି ରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଦାଶ, ପ୍ରାକ୍ତନ ଅଧ୍ୟକ୍ଷ ରଙ୍କନିଧି ବଳିଆରସିଂ , ପ୍ରତିଷ୍ଠାତା ସମ୍ପାଦକ ଶୁଭକାନ୍ତ ମହାପାତ୍ର ଯୋଗ ଦେଇ କହିଥିଲେ ଯେ,“ନନ୍ଦୋତ୍ସବ ଆମ ପରମ୍ପରାର ଗୌରବ। ଏହି ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନରେ ଭକ୍ତି, ସଂସ୍କାର ଓ ନୈତିକତାର ସଂଚାର ହୋଇଥାଏ” ଓ ଶିଶୁ ଭାଇ ଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ଆଶ୍ରୁ ବଚନ ରଖିଥିଲେ ।

ଛାତ୍ର ଛାତ୍ରୀ ମାନେ ଶ୍ରୀକୃଷ୍ଣ ଓ ରାଧାରାଣୀ ବେଶରେ ଅଭିନୟ କରିବା ସହ ଏହାର ପୌରାଣିକ ତଥ୍ୟ କୁ ମଧ୍ୟ ଆହରଣ କରିବା ଉଚିତ୍।ଉତ୍ସବ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ରେ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅତିଥି ତଥା ବିଚାରକ ମଣ୍ଡଳୀ ଦ୍ୱାରା ରାଧା କୃଷ୍ଣ ବେଶରେ ସଜ୍ଜିତ ୬ ଜଣ ପ୍ରତିଯୋଗୀଙ୍କୁ ଔପଚାରିକତା ଦୃଷ୍ଟିରୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସମସ୍ତ ପ୍ରତିଯୋଗୀ ଙ୍କ ବେଶ ଓ ଅଭିନୟ ବେଶ ଚିତ୍ତାକର୍ଷକ ଥିଲା ।ସ୍କୁଲର ପରିବେଶ ଶ୍ରୀକୃଷ୍ଣ ଓ ରାଧାମୟ ହୋଇଉଠିଥିଲା ।

ତତ୍ପରେ କୀର୍ତ୍ତନ, ଘଣ୍ଟ, ଗିନି ବାଦନ କରି ସମସ୍ତ ପ୍ରତିଯୋଗୀଙ୍କ ସହ ଛାତ୍ର ଛାତ୍ରୀ ଗୁରୁ ମା ମାନେ ଗ୍ରାମ୍ୟ ପରିକ୍ରମା କରି ବାବା
ଇଶ।ନେଶ୍ୱର୍ ଙ୍କ ପୀଠକୁ ଯାଇ ଆଶିଷ ଭିକ୍ଷା କରିଥିଲେ ।

ସ୍କୁଲର ପରିବେଶ ଶ୍ରୀକୃଷ୍ଣମୟ ହୋଇଉଠିଲା । ଗରୁମ। ଗୀତାଞ୍ଜଳି ପ୍ରଧାନ, ସୁଜାତା ପାଣିଗ୍ରାହୀ, ସୁଜାତା ମହାନ୍ତି, ମୋନାଲିସା ପଟ୍ଟନାୟକ,ବିଷ୍ଣୁପ୍ରିୟା ତ୍ରିପାଠୀ,ଭାରତୀ ପ୍ରହରାଜ, ସୁଦ୍ଧା ଲତା ପାତ୍ର, ରୁପଶ୍ରି ବେହେରା, ଚିନ୍ମୟୀ ମହାପାତ୍ର, ସୁପ୍ରିନା ବେହେରା ଓ ପୁରାତନ ଛାତ୍ର ରୁଦ୍ର ନାରାୟଣ ମହାପାତ୍ର ଙ୍କ ନିର୍ଦ୍ଦେଶନା ଓ ସମସ୍ତ ଅଭିଭାବକ ମାନଙ୍କର ସହଯୋଗରେ ଶତାଧିକ ଶିଶୁ ରାଧା କୃଷ୍ଣ କାର୍ଯ୍ୟକ୍ରମ ଟିକୁ ସଫଳ ଯାଇଥିଲେ । ପରିଶେଷରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ମହାପାତ୍ର ଆଜିର କାର୍ଯ୍ୟକ୍ରମ କୁ ସଫଳ କରିଥିବା ଅତିଥି, ପ୍ରତିଯୋଗୀ, ଗୁରୁ ମା ବୃନ୍ଦ ଓ ବିଶେଷ କରି ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Subha Khabar is now on Whatsapp
Join and get latest news update delivered to you via whatsapp
Join Now