ଖୋର୍ଦ୍ଧା : – ରାଜଧାନୀରେ ପୁଣି ଗୁଳି ମାଡ଼।ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଛି । ତେବେ ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ କାରଣରୁ ଏହି ଘଟି ଗୁଳି ଫୁଟିଛି । ଗୁଳିମାଡ଼ରୁ ବର୍ତ୍ତିଯାଇଥିବା ଏନେଇ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧାର ଚିନ୍ମୟ ବଡ଼ଜେନା । ନୂଆପଲ୍ଲୀ ଅଞ୍ଚଳର କୁଖ୍ୟାତ ରାଜେଶ ଦାସ ଗୁଳି କରିଛି ବୋଲି ଚିନ୍ମୟ ଅଭିଯୋଗ କରିଛନ୍ତି । ରାଜେଶ ଦାସ ନୟାପଲ୍ଲି ଅଞ୍ଚଳର । ପୂର୍ବରୁ ତା ନାଁ ରେ ଥାନାରେ ମାମଲା ରହିଥିବା ଜଣାଯାଇଛି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now