ଛାତ୍ରୀ ଓ ମହିଳା ସୁରକ୍ଷା ଦାବି କଲା ବିଜୁ ଯୁବ ଛାତ୍ର ଜନତା ଦଳ

ଖୋର୍ଦ୍ଧା 🙁 ୦୬/୦୮) ଗାଁ ରୁ ସହର ବେଳାଭୂମି ରୁ କ୍ୟାମ୍ପସ ସବୁଠି ଛାତ୍ରୀ ମହିଳା ଅସୁରକ୍ଷିତ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ..ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । କଲେଜ କ୍ୟାମ୍ପସ ରେ ଛାତ୍ରୀ ଆଜି ଅସୁରକ୍ଷିତ..ମହିଳା ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ।

ସୌମ୍ୟ।ଶ୍ରି , ବଳଙ୍ଗ। ପୀଡ଼ିତା ଠାରୁ ଆରମ୍ଭକରି ପ୍ରତ୍ୟେକ ଦିନ ଘଟୁଥିବା ନାରୀ ନିର୍ଯାତନା  ଘଟଣାର ନିଷ୍ପକ୍ଷ ଓ ତ୍ବରିତ ତଦନ୍ତ କରିବା,ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ,ଦୋଷୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ଶିକ୍ଷା ସ୍ଥଳଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଦୃଢ଼ ପଦକ୍ଷେପ ନେବା,କ୍ରିୟାଶୀଳ ଓ ପ୍ରଭାବଶାଳୀ ମେକାନିଜମ୍ ଗଠନ କରିବା ପାଇଁ ଦାବି କରି ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପି ଯୁବ ଛାତ୍ର ପ୍ରତିବାଦ ଡାକରା ପରିପ୍ରେକ୍ଷୀରେ ରେ ଆଜି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ସ୍ଵାଧୀନ ପଣ୍ଡା, ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖ।ଡ଼ଙ୍ଗ।, ଅମିୟ କୁମାର ମହାନ୍ତି, ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ସାହୁ, ବିରଞ୍ଚି ଜେନା ଙ୍କ ସଂଯୋଜନାରେ ଖୋର୍ଦ୍ଧା ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପ୍ରାଣନାଥ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ର ବହୁ  ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ ଏକ ଶାନ୍ତିପୂର୍ଣ୍ଣ ବାଇକୀ ଶୋଭା ଯାତ୍ରା ରେ ସରକାରଙ୍କ ବିରୋଧରେ ନାରାବାଜି କରି ସହର ପରିକ୍ରମା କରି ଏକ ସ୍ମାରକପତ୍ର ପୋଲିସ ମହା ନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ପୋଲିସ ଅଧିକ୍ଷକ ଙ୍କୁ ପ୍ରଦାନ କରିବା ସହ ଦାବିଗୁଡ଼ିକୁ ଗମ୍ଭୀରତାର ସହ ବିଚାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନାରୀ ସୁରକ୍ଷା ଓ  ଶାସନ ଉପରେ ସାମୁଦାୟିକ ବିଶ୍ଵାସ ପୁନଃ ସ୍ଥାପନ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *