ଏହି ତ୍ରୁଟି ପାଇଁ ଏଏସଆଇ ନିସର୍ଭ କ୍ଷମା ପ୍ରାର୍ଥନା ମାଗୁ
ତ୍ରୁଟି ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିଲମ୍ୱନ କରାଯାଉ
ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ଆଇନ ମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ
ଭୁବନେଶ୍ବର : ୨୯/୦୭: – ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି ପରର ଫଟୋ ଏସଆଇ ଦ୍ବାରା ସାମାଜିକ ଗଣମାଧ୍ଯମ ଏକ୍ସରେ ପୋଷ୍ଟ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜୁ ଜନତା ଦଳ ଆଜି ଏହାକୁ ଦୃଢ଼ ନିନ୍ଦା କରିଛି I
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ, ଶ୍ରୀମନ୍ଦିର ଭିତରକୁ କ୍ୟାମେରା ବା କୌଣସି ଇଲେକ୍ଟ୍ରୋନିକ ଗ୍ୟାଜେଟ ନେବା ଆଇନ ଅ ଅନୁଯାୟୀ ଅସିଦ୍ଧ ହୋଇଥିବା ବେଳେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା ଏଏସଆଇ କିପରି ରତ୍ନ ଭଣ୍ଡାର ଓ ଭୋଗ ମଣ୍ଡପର ପ୍ରବେଶ ଦ୍ବାରର ଫଟୋ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲା, ତାହା ଜନ ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରି କରିଛି। ଶ୍ରୀମନ୍ଦିରର ଫଟୋ ଗଣମାଧ୍ଯମରେ ପ୍ରକାଶ ପାଇବା ଯୋଗୁ, ବିଶ୍ବର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି। ଏହି ଗୁରୁତର ତ୍ରୁଟି ପାଇଁ ଏଏସଆଇ ଦାୟୀ । ଜଗନ୍ନାଥ ପ୍ରେମୀଙ୍କ ପାଖରେ ନିସର୍ଭ କ୍ଷମା ପ୍ରାର୍ଥନା । କରନ୍ତୁ ଏବଂ ଏହି ତ୍ରୁଟି ପାଇଁ ଦାୟୀ ଥିବା ଅଧିକାରୀଙ୍କୁ ନିଲମ୍ୱନ କରାଯାଉ I ଏହାଛଡା ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ଆଇନ ମନ୍ତ୍ରୀ ଏହି ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଡ. ଲେଲିନ ମହାନ୍ତି ଦାବୀ କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now