ତାଲୁକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ::କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ଉପରେ ଆଲୋଚନା ଚକ୍ର

ଖୋର୍ଦ୍ଧା : (ଶୁଭ ଖବର) ଖୋରଧା ବ୍ଲକ ଅଧିନ ବାଜପୁର ହାଇସ୍କୁଲ ପରିସରରେ ଖୋର୍ଦ୍ଧା କୋର୍ଟ ପକ୍ଷରୁ  କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଦୂଷଣ ପରିବେଶ ସୁରକ୍ଷା ଉଲ୍ଲଂଘନ ପାଇଁ ଆଇନ ରେ କଣ ସବୁ ବ୍ୟବସ୍ଥା ଅଛି ତାହାକୁ ନେଇ ତାଲୁକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଖୋର୍ଦ୍ଧା ଦେୱାନି  ବିଚାରପତି ବରିଷ୍ଠ ରାଜେଶ ରୋଶନ ନନ୍ଦ,ଏସଡିଜେଏମ ପ୍ରତାପ ଚନ୍ଦ୍ର ପୃଷ୍ଟି,,ଏମଏସସି ମିସ ଦେବସ୍ମିତା, ଆଡଭୋକେଟ  କୃଷ୍ଣଚନ୍ଦ୍ର ଦଳ ବେହେରା,ଶିବ ପ୍ରସାଦ ତ୍ରିପାଠୀ, ଶିକ୍ଷକ ଲଲାଟ କେଶରୀ ପ୍ରଧାନ, ହେମନ୍ତ ସାହୁ,ପ୍ରମୁଖ ଯୋଗ ଦେଇଥିଲେ।ବିଚାରପତି ଶ୍ରୀ ନନ୍ଦ  ତାଲୁକ  ସ୍ତରୀୟ ଆଇନbସଚେତନତା କାର୍ଯ୍ୟକ୍ରମ ର  ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହି ସମସ୍ତ ଙ୍କ ମନ କିଣି ନେଇଥିଲେ।ପରେ ଏସଡିଜେଏମ ପ୍ରତାପ ଚନ୍ଦ୍ର ପୃଷ୍ଟି ସରକାରଙ୍କ ଦ୍ୱାରା ସାଧାରଣ ଲୋକ ଙ୍କ ପାଇଁ କେଉଁ ସବୁ ଆଇନ ସହାୟତା ଲୋକ ନେଇପାରିବେ ତାହା ଉପରେ ଆଲୋଚନା କରିଥିଲେ। ।ସେହିପରି ଅନ୍ୟତମ ଉପସ୍ଥିତ ଅତିଥିମାନେ ମଧ୍ୟ ମାଗଣା ଆଇନ ସହାୟତା କାହାକୁ କେମିତି ଦିଆଯିବ,ଗ୍ରାମାଞ୍ଚଳ ରେ ଏହି ଆଇନ ର ସଚେତନତା କୁ ଅଧିକ ରୁ ଅଧିକ କରିବାକୁ ଖୋର୍ଦ୍ଧା କୋର୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ପ୍ୟାନେଲ ଲୟ।ର ତାଲୁକ ଆଇନ ସେବା କମିଟି ଖୋର୍ଦ୍ଧା ବିକ୍ରମ କେଶରୀ ଚମ୍ପତି ସଚେତନତା ଗୀତ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ତାଲୁକ ଆଇନ ସେବା କମିଟି ସମ୍ପାଦକ ବସନ୍ତ କୁମାର ଶତପଥୀ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳତା ରେ ସ୍ବେଛାସେବୀ,ସ୍ଥାନୀୟ ଲୋକ ପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି ମାନେ ସହଯୋଗ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *