ଭୁବନେଶ୍ଵର :- ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଠାରେ ସ୍ବେଛାସେବୀ ଅନୁଷ୍ଠାନ କଳିଙ୍ଗ ସ୍ପୋର୍ଟିଂ କ୍ଲବ ଓ ମଣିପାଲ ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି

ଉକ୍ତ ଶିବିରକୁ ମାନ୍ୟବର ଏକାମ୍ର ଭୁବନେଶ୍ୱର ବିଧ୍ୟାୟକ ଶ୍ରୀଯୁକ୍ତ ବାବୁ ସିଂ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସ୍ବେଛାସେବୀ ଅନୁଷ୍ଠାନ ପ୍ରୀତିପୁଜା ର ସାଧାରଣ ସମ୍ପାଦିକା ଶ୍ରୀମତୀ ସୁବ୍ରତା ବନ୍ଦୋଉପାଧ୍ୟା ଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟ ପରିଚାଳନାକରାଯାଇଥିଲା lସ୍ଥାନୀୟ କର୍ପୋରେଟର ଶ୍ରୀ ଦୀପକ କୁମାର ମିଶ୍ର, ଏ. ଏଫ. ଏ. ଏମ. ଏନ. ସି. ସି. ସଭାପତି ଶ୍ରୀ ପ୍ରଦେବ ସୁନ୍ଦର ମହାପାତ୍ର , ପୂର୍ବତନ କର୍ପୋରେଟର ଶ୍ରୀ ପ୍ରତାପ ସାହୁ,ମଣିପାଲ ହସ୍ପିଟାଲ ର ଡା. ଭରତଭୂଷଣ, ଶୁଭ୍ରଜିତ ସୁନ୍ଦରରାୟ, ରୋଟାରିକ୍ଲବ ର ସେକ୍ରେଟାରୀ କ୍ଷିତୀଶ ସ୍ୱାଇଁ, ପୂର୍ବତନ ସଭାପତି ଶ୍ରୀ ସାରଦା ମହାନ୍ତି ଉପସ୍ଥିତ ଥିଲେ, ଉକ୍ତ ଶିବିରରେ ମାନ୍ୟବର ବିଧ୍ୟାୟକ ସ୍ବେଛାସେବୀ ମାନଙ୍କୁ “ସେବା ଶ୍ରୀ ” ସଂମ୍ମାନ ରେ ସମ୍ମାନିତ କରିଥିଲେ l ଏହି ସ୍ୱାସ୍ଥ୍ୟ ଶିବିରରେ ହିମୋଗ୍ଲୋବିନ, ରେଣ୍ଡୋମ ବ୍ଲଡ଼ ସୁଗାର, ଇ. ସି. ଜି, ଚକ୍ଷୁ ପରୀକ୍ଷା, ଡ଼ାଈଟିସିଆନ, ସ୍ତ୍ରୀ ଓ ପ୍ରସୂତି ରୋଗର ଡ଼ାକ୍ତର ମାନେ ଯୋଗଦେଇ ପରାମର୍ଶ ଦେଇଥିଲେ l ଉକ୍ତ କଲୋନୀର ଲୋକମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଚିକିତ୍ସିତ ହୋଇଥିଲେ ।

କଳିଙ୍ଗସ୍ପୋର୍ଟିଂ କ୍ଲବ ର ନର୍ମଦା ଶତପଥୀ, ପ୍ରବୀଣା ମିଶ୍ର, ସୌଦାମିନୀ ଜେନା, ମିତାଞ୍ଜଳି ମହାନ୍ତି, ସୁଜାତା ରଥ, ଡେଜ଼ୀ ଶତପଥୀ, ଶୁଭଲକ୍ଷ୍ମୀ ସାମନ୍ତରାୟ, ଲଷ୍ମୀପ୍ରିୟା, ସୁନିତା, ସଂଗୀତା, ଶୁଭଶ୍ରୀ, ମିନତୀ ଙ୍କ ସମେତ କ୍ଲବ ର ବହୁ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l

Subha Khabar is now on Whatsapp
Join and get latest news update delivered to you via whatsapp
Join Now