ଜୁନ ୧୨ରୁ ୨୦ ହେବ ଓଡ଼ିଶା ସରକାରଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ

ଖୋର୍ଦ୍ଧା: (ଶୁଭ ଖବର)ଓଡ଼ିଶା ସରକାରଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ ଜୁନ ୧୨ରୁ ୨୦ତାରିଖ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହେବ l ଖୋର୍ଦ୍ଧା ତା 28.05.2025 ରିଖ ଅପରାହ୍ନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଚଞ୍ଚଳ ରାଣା ଏବଂ ସମସ୍ତ ଜିଲ୍ଲାପାଳ ମାନଙ୍କ ସହ ଆଭାଷିରେ ରାଜ୍ୟ ସରକାରଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ ଜୁନ ମାସ ୧୨ରୁ ୨୦ତାରିଖ ମଧ୍ୟରେ ପାଳନ କରାଯିବା ନିମନ୍ତେ ଆଲୋଚନା କରାଯାଇଅଛି l

ମୁଖ୍ୟ ଶାସନ ସଚିବ ଙ୍କ ସହ ଅlଭାସି  ଜରିଆରେ ଆଲୋଚନା

ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଚଞ୍ଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକରେ ଯୋଗଦେଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ  ଜ୍ୟୋତି ଶଙ୍କର ସାହୁ, ଡେପୁଟି କଲେକ୍ଟର ପ୍ରଧାନ ଟୁଲିଆମା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ l ରାଜ୍ୟ ସ୍ତରରେ   ମୁଖ୍ୟ ଶାସନ ସଚିବଙ୍କ ସହ କୋର୍ କମିଟି ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଓ  କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶରେ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଲୋକ କଲ୍ୟାଣ ଯୋଜନାର ସୁଫଳ, ପ୍ରତିଫଳନ କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକଶିତ ଓଡ଼ିଶା ଗଠନ  ଓ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟବୋଲି ସୂଚନା ମିଳିଛି l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *