ଆସନ୍ତାକାଲି ବା ବାଲେଶ୍ବର ବନ୍ଦ ଡାକରା ଦେଲା ବିଜେଡି

ଆସନ୍ତକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି

ଭୁବନେଶ୍ବର: – ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି  ଦେବୀ ପ୍ରସାଦ
ମିଶ୍ର ଏକ ପ୍ରେସ୍ ବିବୃତିରେ କହିଛନ୍ତି ଏଫ୍ ଏମ୍ ସ୍ଵୟଂଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ତାଙ୍କ ଙ୍କ ପ୍ରତି ହୋଇଥିବା ଅବିଚାର ବିରୋଧରେ ଆସନ୍ତାକାଲି ( ବୁଧବାର) ସମଗ୍ର ବାଲେଶ୍ଵର ଜିଲ୍ଲାରେ ବିଜୁ ଜନ ଜନତା ଦଳ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ଦିବା ୨ ଘଟିକା ଘଟି ପର୍ଯ୍ୟନ୍ତ ବଳବତ୍ତର ତ୍ତର ରହିବ । ଏହି ବନ୍ଦ ସମୟରେ ଜରୁରୀକାଳୀନ ସେବା ବ୍ୟାହତ ହେବ ନାହିଁ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି ।

ସେହିପରି ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବିରେ ରାଜଧାନୀ ଭୁବନେଶ୍ଵରରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ( ବୁଧବାର) ଲୋକସେବା ଭବନ ଘେରାଉ କରାଯିବ । ଏହି ଘେରାଉକାର୍ଯ୍ୟକ୍ରମ ସକାଳ ୧୦ ଘଟିକାରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *