ଖୋର୍ଦ୍ଧା :- : ଜଟଣୀ NDRC ଉଚ୍ଚ ବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ବୃକ୍ଷରୋପଣ ଏବଂ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ପ୍ରଥମେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସର ରେ ଦିବଗଂତ ଭିଡିଓ ଜର୍ଣ୍ଣାଲିଷ୍ଟ ବିଜୟ ଦଳେଇ ଙ୍କ ଅମର ଆତ୍ମାର ସଂଗତି ନିମନ୍ତେ ସଂଗଠନ ପକ୍ଷରୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହେବା ସହ ଦୁଇଜଣ ମିନିଟ ନିରବ ପାର୍ଥନା କରାଯାଇଥିଲା।
ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ବରିଷ୍ଠ ସାମ୍ବାଦିକ ଯଥା ସମାଜସେବୀ ଅର୍ଦ୍ଧେନ୍ଦୁ ଦାସ ଏବଂ ଖୋର୍ଦ୍ଧା ଫରେଷ୍ଟ ରେଂଜର ଜୟକୃଷ୍ଣ ପଣ୍ଡା ମୁଖ୍ଯ ଅତିଥି ରୁପେ ଯୋଗଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ଓୟୁଜେ ର ସଭାପତି ତପନ କୁମାର ନାୟକ ଓ NDRC ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଡ.ଶିଗ୍ଧାରାଣୀ ସ୍ବାଇଁ ସମ୍ମାନିତ ଅତିଥି ରୁପେ ଉପସ୍ଥିତ ଥିଲେ।

ଓୟୁଜେ ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସଂପାଦକ ଲୋହିତ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ର ସଂଯୋଜନା ଦାୟିତ୍ବ ତୁଲାଇଥିଲେ। ଓୟୁଜେ ସଂଗଠନର ବରିଷ୍ଠ ସଭ୍ଯ ରବି ସ୍ବାଇଁ , ଓୟୁଜେ ଜଟଣୀ ଶାଖାର ସଂପାଦକ ଶ୍ରୀକାନ୍ତ ପ୍ରଧାନ ଙ୍କ ନେତୃତ୍ବ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୟଦ ଅନୁସର ଅଲ୍ଲୀ, ନାରାୟଣ ମହାନ୍ତି, ଅନୁଅର ଅଲ୍ଲୀ, ଲଳିତ ମହାରଣା,ବିଶ୍ବଜିତ ସାମନ୍ତରାୟ, ଶ୍ରୀକାନ୍ତ ପରିଜା, ସତ୍ୟ ନାରାୟଣ ସାମନ୍ତରାୟ, କେଦାନାଥ ସାହୁ, ସଜନ ଅଗ୍ରୱାଲ, ଅଶୋକ ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ନାୟକ , ପ୍ରମୁଖ ଏବଂ ଜଟଣୀ NDRC ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now