ଖୋର୍ଦ୍ଧା :- ଖୋରଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆ ପାଟଣା ଠାରେ ଜଳ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ୭୬ ତମ ବନ ମହୋତ୍ସବ ଯ”ମା ପାଇଁ ଗଛ ଟିଏ” ଯୋଜନାରେ ଗଛ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଅଛି ।

ଏହି ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ,ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ,ଖୋର୍ଦ୍ଧା ପୋଲିସ ଅଧୀକ୍ଷକ ସାଗରିକା ନାଥ,ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟାକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ, ବନ ବିଭାଗର ଅଧିକାରୀ, ଆଦର୍ଶ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ,ବୁଦ୍ଧିଜୀବୀ ‘ମା’ ପାଇଁ ଗଛଟିଏ ଅଭିଯାନ’ ଅଧୀନରେ ୩୦୦୦ ଗୋଟି ‘ବୃକ୍ଷରୋପଣ’ କରିଛନ୍ତି । ଆସନ୍ତା ଅଗଷ୍ଟ ୩୧ ମଧ୍ୟ ରେ ଏକ ଲକ୍ଷ ଗଛ ରୋପଣ କରାଯିବ ବୋଲି ସ୍ଥିର କରାଯାଇଛି । ସମସ୍ତେ ମିଶି ଏ ସବୁଜ ଆନ୍ଦୋଳନ କୁ ସଫଳ କରିବା ସହ ଖୋର୍ଦ୍ଧା କୁ ସବୁଜ ସୁନ୍ଦର କରିବା ପାଇଁ ଅତିଥି ମାନେ ଆହ୍ବାନ ଦେଇଥିଲେ ।

ଆସନ୍ତୁ ଆମେ ସମସ୍ତେ ଆମର ପରିବେଶକୁ ଅଧିକ ସ୍ୱଚ୍ଛ ସୁନ୍ଦର ସବୁଜ କରିବା ପାଇଁ ଗୋଟିଏ ଗଛ ଲଗାଇବା ଏବଂ ତାହାର ଯତ୍ନ ନେବା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now