ଖୋର୍ଦ୍ଧା:- (ଶୁଭ ଖବର)– ଭାରତୀୟ ସଂସ୍କୃତି ଗୁରୁବାଦର ପ୍ରତୀକ। ଧରାପୃଷ୍ଠରେ ସ୍ୱତନ୍ତ୍ର ଆସନର ଅଧିକାରୀ ହେଉଛନ୍ତି ଗୁରୁ । ଜ୍ଞାନର ଗ୍ରନ୍ଥାଘର ହେଉଛନ୍ତି ଗୁରୁ । ଗୁ ଅର୍ଥ ଅନ୍ଧାର, ରୁ ଅର୍ଥ ଆଲୋକ ଅର୍ଥାତ ଶିଷ୍ୟର ଅଜ୍ଞାନ ରୂପକ ଅନ୍ଧାକାରକୁ ଦୂରୀଭୁତ କରି ଜ୍ଞାନ ରୂପକ ଆଲୋକକୁ ଯେ ବିକଶିତ କରେ ସେ ହିଁ ସଦ୍ଗୁରୁ । ଭାରତୀୟ ସଂସ୍କୃତିରେ ଗୁରୁ ମାନଙ୍କ ସ୍ଥାନ ସର୍ବୋଚ୍ଚରେ । ସୁସ୍ଥ ସମାଜର ବିକାଶରେ ଯାହାର ମୁଖ୍ୟ ଭୁମିକା ଥାଏ ସେ ହିଁ ଗୁରୁ । ସୃଷ୍ଟିର ଆରମ୍ଭରୁ ଗୁରୁ ଶବ୍ଦର ମହତ୍ୱ ଆମ ସମାଜରେ ରହି ଆସିଅଛି । ଶିଶୁ ପାଇଁ ତା ପିତାମାତା ହେଇଛନ୍ତି ପ୍ରଥମ ଗୁରୁ ।

ଗୋଟେ ସ୍ଥାନରେ ଗରିବ ହେଉ ବା ରାଜାଙ୍କ ପୁତ୍ର ସମସ୍ତେ ଏକତ୍ରିତ ହୋଇ ଶିକ୍ଷା ଗ୍ରହଣ କରୁଥିଲେ । ଶିକ୍ଷାର ବନ୍ଧନରେ ସମସ୍ତେ ନିଜକୁ ଗୁରୁଙ୍କ ପାଖରେ ସମର୍ପିତ କରୁଥିଲେ । ଗୁରୁ ଆଶ୍ରମରେ ରହି ଗୁରୁଙ୍କ ସେବା କରି ସେମାନେ ଶିକ୍ଷା ଗ୍ରହଣ କରୁଥିଲେ । ଗୁରୁଙ୍କୁ ଶିଷ୍ୟ ମାନେ ଭକ୍ତି ଦ୍ୱାରା ସନ୍ତୁଷ୍ଟ କରୁଥିଲେ । ଆଶ୍ରମର ପ୍ରତ୍ୟେକ ବିଦ୍ୟାର୍ଥୀ ଅରଣ୍ୟକୁ ଯାଇ ଫଳମୂଳ, ଜାଳେଣି ସଂଗ୍ରହ କରିବା ସହ, ଭିକ୍ଷା ବୃତି ମଧ୍ୟ କରୁଥିଲେ , ଯାହା ସେମାନଙ୍କୁ ଚରିତ୍ର ଗଠନରେ ସାହାଯ୍ୟ କରିବା ସହ, ସ୍ୱାବଲମ୍ବୀ କରିବାରେ ସହାୟକ ହେଉଥିଲା । ସେମାନଙ୍କୁ ଆଦର୍ଶବାଦୀ କରୁଥିଲା । ଏହି ଗୁରୁ ଆଶ୍ରମରୁ ଶିକ୍ଷା ଗ୍ରହଣ କଲାପରେ ଗୁରୁଦକ୍ଷିଣା ଦେଇ ନିଜ ନିଜ ଘରକୁ ଫେରି ଯାଉଥିଲେ । ପୁରାଣରେ ଗୁରୁ ପଶ୍ରୁରାମ, ଦ୍ରୋଣ, ବିଶ୍ୱାମିତ୍ର, ବଶି , ଶୁର୍କାଚାର୍ଯ୍ୟ, ସାନ୍ଦୀପନି, ଦୁର୍ବାସା ଆଦି ଗୁରୁଙ୍କ ଅବଦାନ ବିଶେଷ ଭାବରେ ଉଲ୍ଲଖିତ କରାଯାଇଛି ।

ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ବିଭିନ୍ନ ଅନୁଷ୍ଠାନ ରେ ପାଳିତ ହେଉଥିବା ବେଳେ ସେହି କ୍ରମରେ ବେଗୁନିଆ ବ୍ଲକ୍ ପୋଡ଼ାଡିହ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ପରିସରରେ ସମସ୍ତ ଙ୍କର ମୂଳ ଗୁରୁ ଶ୍ରୀବ୍ୟାସଦେବଙ୍କ ଜନ୍ମ ଉସ୍ଥବ ଗୁରୁ ପୂର୍ଣ୍ଣିମା ଓ ସନାତନ ଗୋସ୍ୱାମୀ ଙ୍କ ତିରୋଭାବ ପାଳନ ଅବସରରେ ଶ୍ରୀକୃଷ୍ଣ ଙ୍କ ଠାରୁ ଆରମ୍ଭ କରି ବର୍ତମାନ ଗୁରୁଙ୍କ ପର୍ୟନ୍ତ ଆଲେଖ୍ୟ ରେ ପୂଜା ଆରତି କରାଯାଇ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା ।

ତତ୍ପରେ ବିଦ୍ୟାଳୟ ର ସମସ୍ତ ଶିଶୁ ଭାଇ ଭଉଣୀ ମାନେ ତାଙ୍କର ଗୁରୂମ। ମାନଙ୍କୁ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ। ଙ୍କ ସହ ସମସ୍ତ ଗୁରୁମ। ଗୁରୁ ପୂର୍ଣ୍ଣିମା ର ମହତ୍ତ୍ଵ ଓ କିମ୍ବଦନ୍ତୀ ଉପରେ ଆଲୋକପାତ କରିଥିଲେ । ଦୈନଦିନ ଜୀବନରେ ଛାତ୍ର ଛାତ୍ରୀ ମାନେ କଣ କରିବା ଉଚିତ୍ କଣ ଅନୁଚିତ୍ ସେ ସମ୍ବନ୍ଧ ରେ ବକ୍ତବ୍ୟ ରଖିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now