ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ‘ମା ପାଇଁ ଗଛଟିଏ ‘ ସାମୁହିକ ବୃକ୍ଷରୋପଣ

ଖୋର୍ଦ୍ଧା : ଭାରତ ର ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ଦେଶ ବ୍ୟାପୀ ଚାଲିଥିବା “ମାଙ୍କ ପାଇଁ ଗଛଟିଏ” ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବନଖଣ୍ଡ ତରଫରୁ ବରୁଣେଇ ରିଜର୍ଭ ଫରେସ୍ଟ ନିକଟସ୍ଥ ଶିଆଳିଆ ପାଟଣା, ଓଡିଶା ଆଦର୍ଶ ବିଦ୍ୟାଳୟ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ, ଓ ଅବକାରୀ ମନ୍ତ୍ରୀ  ପୃଥିବୀରାଜ ହରିଚନ୍ଦନ ଯୋଗ ଦେଇଥିଲେ । ପ୍ରଭୁ ଜଗନ୍ନାଥଙ୍କର ରଥ ନିର୍ମାଣ ନିମନ୍ତେ ଉପଯୋଗୀ ବୃକ୍ଷ ପ୍ରଚୁର ପରିମାଣରେ ଲଗାଇବା ପାଇଁ ଉଦବୋଧନ ଦେଇଥିଲେ ।  ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସମେତ ବିଧାୟକ ଜୟଦେବ  ଶ୍ରୀ ନବ କିଶୋର ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଜିଲ୍ଲା ଆରକ୍ଷୀ  ଅଧିକ୍ଷକ, ସାଗରିକା ନାଥ, ଜିଲ୍ଲା ଉନୟନ ଅଧିକାରୀ,  ଜ୍ୟୋତି ରଞ୍ଜନ ସାହୁ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ ସହିତ ପରିବେଶ ସୁରକ୍ଷା  ଉପରେ ଆଲୋକପାତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସେଣ୍ଟର ଫର ଏନଭାୟରନମେନ୍ଟ ସ୍ଟଡି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ର ୫୫୦ ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏଥି ସହିତ ପ୍ରକୃତି ମିତ୍ର ଓ ଭି ଏସ୍ ଏସ ସଦସ୍ୟ ମାନଙ୍କୁ ପୁରସ୍କୃତ କରାଗଲା ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦେଶ ବ୍ୟାପୀ ଚାଲିଥିବା “ମାଙ୍କ ପାଇଁ ଗଛଟିଏ “ ସାମୁହିକ ବୃକ୍ଷ ରୋପଣର ଦ୍ଵିତୀୟ ବର୍ଷରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଚଳିତ ବର୍ଷ ୭.୫ କୋଟି ଚାରା “ମାଙ୍କ ପାଇଁ ଗଛଟିଏ “ ରେ ରୋପଣ କରାଯିବ । ଏହି  କାର୍ଯ୍ୟକ୍ରମ ଅନ୍ତର୍ଗତ “ସବୁଜ ଖୋର୍ଦ୍ଧା” ମିଶନ ଅଧୀନରେ ଆମେ ଜୁଲାଇ ୧୦ ରୁ ଅଗଷ୍ଟ ୩୧ ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ତରଫରୁ ୧ ଲକ୍ଷ ଚାରା` ରୋପଣ କରାଯିବାକୁ ସ୍ଥିର କରାଯାଇଅଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *