ଖୋର୍ଦ୍ଧା:- ବେଗୁନିଆ ସଦର ମହକୁମା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ନିର୍ଦ୍ଦେଶ କ୍ରମେ ରାଜ୍ୟ ଡ୍ରାଇଭର ମହାସଂଘ ଆବାହକତ୍ବରେ ବେଗୁନିଆ ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ସମ୍ବଳିତ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି । ଏହି ଦାବି ଗୁଡ଼ିକ ହେଲା ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହୋଇଥିବା ଡ଼୍ରାଇଭରଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷରେ ଭତ୍ତା ପ୍ରଦାନ, ଏକ ଶହ କିମି ଦୂରତ୍ବ ରାସ୍ତାରେ ଗାଡ଼ି ପାର୍କିଂ, ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା କରିବା, ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ଘୋଷଣା,ଗାଡ଼ିର ଆବଶ୍ୟକୀୟ କାଗଜାତ ତନଖି ପାଇଁ ପୁଲିସ ବିଭାଗକୁ କ୍ଷମତା ନ ଦେବା,ପ୍ରତ୍ୟେକ ଖଣି ଖାଦାନ ଓ କଳ କାରଖାନା ମାନଙ୍କରେ ଅଗ୍ରାଧିକାର ଦେବା ଓ ଓଡ଼ିଶା ମୋଟର ଟ୍ରାନସପୋର୍ଟ ଡ୍ରାଇଭର ଓ ୱାର୍କର ୱେଲ ଫେୟାର ବୋର୍ଡରେ ଅଟୋ ଚାଳକକୁ ସାମିଲ କରିବା।ସରକାର ଏହି ଦାବି ଗୁଡ଼ିକୁ ବିଚାରକୁ ନେଇ ପୂରଣ କରିବାପାଇଁ ସଂଘ ଦାବି କରିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now