ଖୋର୍ଦ୍ଧା: – ବେଗୁନିଆ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ସମ୍ମୁଖରେ ମଙ୍ଗଳବାର ଦିନ ଅପରାହ୍ନରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଆରୋହୀ ଦୁଇ ଜଣ ଯାକ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକଙ୍କ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ।

ତେବେ ସେଠାରେ ଦୁଇ ଜଣ ଯାକ ଗୁରୁତର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ଵର ଚିକିତ୍ସା ପାଇଁ ପଠା ଯାଇଛି ବୋଲି ଜଣା ପଡିଛି ।

ସୂଚନା ଅନୁଯାୟୀ ସ୍କୁଟି ଚାଳକ ଜଣକ ର ପରିଚୟ ମିଳି ପାରି ନ ଥିବା ବେଳେ ବାଇକ ଚାଳକ ଜଣକ ହେଉଛନ୍ତି ବେଗୁନିଆ ନୂଆସାହିର ଶିକ୍ଷକ ବିବେକାନନ୍ଦ ମିଶ୍ର । ସେ ବିଦ୍ୟାଳୟରେ ଶିକ୍ଷାଦାନ ସାରି ଘରକୁ ମୋଟର ସାଇକେଲ ଯୋଗେ ଫେରୁଥିବା ସମୟରେ ସମ୍ମୁଖରୁ ଏକ ସ୍କୁଟି ଧକ୍କା ଦେଇଥିଲା।ବେଗୁନିଆ ମିଡ଼ିଆ ହାଉସର ଶ୍ରୀ ମିଶ୍ର ଉପଦେଷ୍ଟା ରହିଥିବାରୁ ସାମ୍ବାଦିକ ଓ ବେଗୁନିଆ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ମହାପ୍ରଭୁଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now