ଖୋର୍ଦ୍ଧା :-ବେଗୁନିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ପାଞ୍ଚ ଦିନ ଧରି ଚାଲିବାକୁ ଥିବା ବୁଥ ସ୍ତରୀୟ ଅଧିକାରୀଙ୍କ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଏଥିରେ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟ ଅତିଥି, ବେଗୁନିଆ ଓ ବୋଲଗଡ ବ୍ଲକ ପଂଚାୟତ ଉନ୍ନୟନ ଅଧିକାରୀ ଇତିଶ୍ରୀ ବେହେରା ଓ ସୋନାଲି ସାହୁ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ୫୦ ଜଣ ବୁଥ ସ୍ତରୀୟ ଅଧିକାରୀ ଓ ୪ ଜଣ ସୁପରଭାଇଜର ଯୋଗ ଦେଇଥିବା ବେଳେ ସୁପରଭାଇଜର ସୁଧାକର ସେଠୀ ପରିଚାଳନା କରିଥିଲେ। ଏହା ଫର୍ମ ୬, ୬(କ ),୭ ଓ ୮ ରେ କିପରି ନିର୍ଭୁଲ ଭାବରେ ବୁଥ ସ୍ତରୀୟ ଅଧିକାରୀ ମାନେ କାର୍ଯ୍ୟ କରି ପାରିବେ ବୋଲି ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ବ୍ଲକ କୋ ଅର୍ଡ଼ିନେଟର ଉମାକାନ୍ତ ନାୟକ ଓ ଡାଟା ଏଣ୍ଟ୍ରି ଅପରେଟର ଗୀତାଞ୍ଜଳି ଜଗଦେବ ସହଯୋଗ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now