ଖୋର୍ଦ୍ଧା :- ବେଗୁନିଆ ବ୍ଲକ୍ ଅଧ୍ଯକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଙ୍କ ମାତା ଚଞ୍ଚଳି ସୁବୁଦ୍ଧି ଙ୍କ ଅକାଳ ବିୟୋଗ ଘଟିଛି ।ଏ ଦୁଃଖଦ ଖବର ପାଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ସମେତ ବେଗୁନିଆ ବୋଲଗଡ ର ବହୁ ପଞ୍ଚାୟତ ନେତୃତ୍ୱ ତାଙ୍କ ବାସଭବନରେ ପହଞ୍ଚି ପାର୍ଥିବ ଶରୀରକୁ ଶେଷ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଜଣାଇବ ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ।

ସେ ଜଣେ ମେଳାପି , ବନ୍ଧୁ ବତ୍ସଳ, ସ୍ନେହୀ ମହିଳା ଥିଲେ ।ତାଙ୍କର ଅକାଳ ବିୟୋଗ ରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ସମେତ ବହୁ ଆଗଧାଡିର କର୍ମୀ ଶୋକ ପ୍ରକାଶ କରିଛନ୍ତି ।ଏଭଳି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now