ଖୋର୍ଦ୍ଧା :- ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରମା ପାଟପୁର ପ୍ରାଙ୍ଗଣରେ ସେହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରଜନୀବାଳା ମହାପାତ୍ର ଙ୍କ ର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ସଭାପତି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ଶ୍ରୀଯୁକ୍ତ ରଙ୍କ ନାଥ ଦାସ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ର ଉପସଭାପତି ଅଗାଧୁ ସେଠୀ, ଗୁଣନିଧି ମହାପାତ୍ର ,ଇନ୍ଦିରା ଦେଈ, ମିନତୀ ପାଣିଗ୍ରାହୀ, ଦିବାକର ସାହୂ, ପ୍ରଫୁଲ୍ଲ ସୁନ୍ଦରାୟ ମୃତ୍ୟୁଞ୍ଜୟ ମହାପାତ୍ର ଯୁଧିଷ୍ଠିର ସାହୁ, ଅମୀୟ କୁମାର ପରିଡା ପ୍ରମୁଖ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ପୂଜ୍ୟ ଗୁରୁଜୀ ରାମକୃଷ୍ଣ ମହାପାତ୍ର, ଗୋଲଖ ବିହାରୀ ସାହୂ ମଧ୍ୟ ସଭା ରେ ନିଜର ଆସନ ଅଳଙ୍କୃତ କରିଥିଲେ ଏତଦବ୍ୟତୀତ ବ୍ଲକ ର ସମସ୍ତ ସିଆରସିସି ବିକାଶ ମୁଦୁଲି, ଜିସିୟା ପ୍ରଧାନ, ସ୍ମରଣିକା ମହାପାତ୍ର,ଦିବ୍ୟ ସିଂହ ସୁବୁଦ୍ଧି, ପୂର୍ଣ୍ଣଲଷ୍ମୀ ମହାରଣା, ରବିନାରାୟଣ ପଣ୍ଡା, ସଂଯୁକ୍ତା ପ୍ରଧାନ,ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଈ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ଅଙ୍ଗନୱାଡି କର୍ମୀ ସସ୍ମିତା ବେହେରା, ଏହି ବିଦ୍ୟାଳୟ ର ସହକାରୀ ଶିକ୍ଷକ ବିଭୁତି ଭୂଷଣ ସାମନ୍ତରାୟ ତଥା ଗ୍ରାମବାସୀ ବୃନ୍ଦ ଏହି ସଭାରେ ପୁର୍ଣ ସହଯୋଗ କରିଥିଲେ ।

କାଇପଦର ସିଆରସିସି ଭାଗ୍ୟଶ୍ରୀ ମହାପାତ୍ର ସଭା ପରିଚାଳନା କରିବା ସହିତ ରାୟପୁର କ୍ଲଷ୍ଟର ର ସିଆରସିସି ଅମୀୟ ଜେନା ସଭା ସାଙ୍ଗ କରିଥିଲେ ପରିଶେଷରେ ସମସ୍ତେ ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିବା ସହିତ ଆଗାମୀ ସୁଖ ମୟ ହେଉ ବୋଲି ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now