ବୋଲଗଡ଼ :-ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ବୋଲଗଡ଼ ସଦର ମହକୁମା ସ୍ଥିତ ସର୍ବ ମଙ୍ଗଳମୟ କଳାବାମନ ଲୀଳାମୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଆଡ଼ମ୍ବରପୂର୍ଣ ସହକାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଅଛି।

ପ୍ରଭୁ ଜଗନ୍ନାଥଙ୍କ ୯ଦିନ ବ୍ୟାପି ପବିତ୍ର ଶ୍ରୀଗୁଣ୍ଡିଋ ଯାତ ନିମନ୍ତେ ଅ।ଜି ପ୍ରାତଃ ସମୟେ ମନ୍ଦିର ମୁଖ୍ୟ ସେବକ କୈଳାସ ଅଧିକାରୀ ମହାପାତ୍ର ଓ ଅନ୍ୟ ପ୍ରମୁଖ ସେବକ ମାନଙ୍କ ବିଶେଷ ସହଯୋଗରେ ପ୍ରାରମ୍ଭରେ ଚତୁର୍ଦ୍ଧାମୂର୍ତି ତଥା ଦାରୁ ଦେବତା ମାନଙ୍କର ମଙ୍ଗଳ ଆଳତି, ମଇଲମସେବା, ତଡପଲାଗି, ଅବକାଶନୀତି, ସୂର୍ଯ୍ୟପୂଜା, ଦ୍ଵାରପାଳପୂଜା ଇତ୍ୟାଦି ନୀତି ସମ୍ପର୍ଶ ପରେ ସକାଳଧୂପ ଖେଚୁଡ଼ି ଭୋଗ ଠାକୁର ମାନଙ୍କୁ ଲାଗି କରାଯାଇଥିଲା। ସେବକ ମାନଙ୍କ ଦ୍ବାରା ଶୁଦ୍ଧପୂତ ଭାବେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ନୀତି କରାଯାଇ ଦିନ ୧୨ଟା ସମୟରେ ସେବକ ମାନେ ପ୍ରାରମ୍ଭରେ ଆୟୁଧ ଠାକୁର ସୁଦର୍ଶନ ମହାରାଜ ପରେ ବଡ଼ ଠାକୁର ବଳଭଦ୍ର, ଭଗ୍ନୀ ସୁଭଦ୍ରା ଓ ଶେଷରେ ଟିକେ ରହି ଟିକେ ଯାଇ ଦୋହଲି ଦୋହଲି ରାଜକୀୟ ଠାଣିରେ ବିଶ୍ୱ ବ୍ରହ୍ମାଣ୍ଡ କୋଟିନିଧ୍ୱ ଠାକୁର କାଳିଅ। ସାଅ।ନ୍ତ ଜଗନ୍ନାଥଙ୍କୁ ସେବକ ମାନେ ଧାଡି ପହୁଣ୍ଡିରେ ରଥାରୂଢ଼ କରାଇ ଥିଲେ।

ପରେ ରଣପୁରସ୍ଥିତ ଚୈତନ୍ୟଦେ ମଠ ମହନ୍ତ ପର୍ଶୁରାମ ଦାଶ ରଥରେ ଛେରାପହଁରା କରିଥିଲେ। ରଥାଗ୍ରେ ପ୍ରିୟ ଭକ୍ତ ହନୁମାନଙ୍କୁ ସ୍ଥାପନା କରାଯାଇ କଳାଧଳା ଘୋଡା ଓ ଦାରୁକଙ୍କୁ ରଥ ସମ୍ମୁଖ ଭାଗରେ ସ୍ଥାନିତ କରାଯାଇ ଅପରାହ୍ନରେ ଠାକୁର ମାନଙ୍କର ପବିତ୍ର ଘୋଷଯାତ୍ରା ଅ।ରମ୍ଭକରାଯାଇ ଥିଲାୟ ଭକ୍ତ ମାନେ ଅ।ନନ୍ଦର ସହିତ ରଥ ଟାଣିଥିଲେ। ଆଲଟ, ଗ୍ରାମର, ଛତ୍ରୀ ସହ ଘଣ୍ଟ, ଘଣ୍ଟି ନିନାଦର ତାଳେ ତାଳେ ଡାହୁକ ଈଶ୍ବର ମହାପାତ୍ରଙ୍କ ରଥବୋଲି ଓ ଭକ୍ତ ମାନଙ୍କର ହରିବୋଲ ହୁଳହୁଳି ମଧ୍ୟରେ ଜନ୍ମବେଦୀ ଶ୍ରୀଗୁଣ୍ଡିଋ ମନ୍ଦିରକୁ ରଥ ଗଡି ଗଲିଥିଲା ।
ସନ୍ଧ୍ୟା ୬ଟା ୩୦ ସମୟରେ ରଥ ପହଁଚିବା ପରେ ସେବକ ବୈକୁଣ୍ଠ ମହାପାତ୍ର, ରାଧାଶ୍ୟାମ ରାୟଗୁରୁ ମହାପାତ୍ର, ସଚ୍ଚିଦାନନ୍ଦ ରାୟଗୁରୁ ମହାପାତ୍ର, ବିଚିତ୍ରା ନନ୍ଦ ରାୟଗୁରୁ ମହାପାତ୍ର, ଶରତ ମହାପାତ୍ର, ସରୋଜ ମହାପାତ୍ର, ଅରବିନ୍ଦ ରାୟଗୁରୁ ମହାପାତ୍ର, ପ୍ରଫୁଲ୍ଲ ମହାପାତ୍ର ଓ କାର୍ତ୍ତିଲାଲ ମହାପାତ୍ର ପ୍ରମୁଖ ମାନେ ବିଗ୍ରହ ମାନଙ୍କୁ ଗୋଟି ପହୁଣ୍ଡିରେ ଗୁଣ୍ଡିଋ ମନ୍ଦିରକୁ ବିଜେ କରାଇଥିଲେ ।
ଅ।ଇନ ଶୃଙ୍ଖଳା ଦୃଷ୍ଟିରୁ ଥାନା ଅ।ଇଅ।ଇସି ସ୍ନିଵମୟୀ ବରାଳଙ୍କ ତ୍ସବବଧାନ ସହିତ ପୁରୁଷ ଓ ମହିଳା ପୋଲିସ କର୍ମଋରୀ ମାନେ ଉପସ୍ଥିତ ଥାଇ ଭକ୍ତ ମାନଙ୍କୁ ରଥ ଟାଣିବାରେ ବିଶେଷ ସହଯୋଗ କରିଥିଲେ। ସେହିପରି ଅଗ୍ନିଶମ ସେବା ଓ ବିଦ୍ୟୁତ କର୍ମଗରୀମାନେ ବିଶେଷ ସହଯୋଗ କରି ଥିଲେ । ଶ୍ରୀଗୁଣ୍ଡିଋ ମନ୍ଦିର ନିକଟରେ ବସଷ୍ଟାଣ୍ଡ ବଣିକ ସଂଘ,ଟାବିଷ୍ଟାଣ୍ଡ ସଂଘପକ୍ଷରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କୁ ଦହିପଣା ଓ ରାମ ଖେଚୁଡ଼ି ବଣ୍ଟନ କରାଯାଇଥିଲା ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now