ଖୋର୍ଦ୍ଧା ;- (ଶୁଭ ଖବର)ଖୋରଧା ଉପକଣ୍ଠ ଉଇଲକିସନ ନଗର (ସାହେବ ନୂଆଗାଁ) ଗ୍ରାମ ଠାରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଗ୍ରାମର ଚନ୍ଦ୍ରଶେଖର ଦେଵ ମଠ ଠାରେ ଥିବା ୩ ଠାକୁର ଜଗନ୍ନାଥ, ବଳଭଦ୍ର,ମା ସୁଭଦ୍ରା ଙ୍କ ସହିତ ସୁଦର୍ଶନ ମହାପ୍ରଭୁ ଙ୍କୁ ପ୍ରଭାତ ରୁ ମଙ୍ଗଳ ଆଳତି ସହିତ ବିଭିନ୍ନ ରିତିକାନ୍ତି ହୋଇଥିଲା।ଅପରାହ୍ଣ ୪ ଟା ରେ ପ୍ରଥମେ ସୁଦର୍ଶନ ତା ପରେ ବଳଭଦ୍ର ଓ ସୁଭଦ୍ରା ଙ୍କୁ ପହଣ୍ଡିରେ ନେଇ ଛକ ଠାରେ ଥିବା ରଥ ଉପରେ ରଥାରୂଢ଼ କରାଯାଇଥିଲା।ଶେଷରେ ମହାପ୍ରଭୁ ଜଗନ୍ନାଥ କାଳିଆ ଠାକୁର ସୁସଜ୍ଜିତ ଟାହିଆ ସହିତ ଝୁଲି ଝୁଲି ରଥ ରେ ବିରାଜ ମାନ କରିଥିଲେ।

ରଥ ରେ ପୁରୋହିତ ଆଲୋକ ନନ୍ଦ,ବିଶ୍ୱନାଥ ନନ୍ଦ ଙ୍କ ଦ୍ଵାରା ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ପରେ ଗ୍ରାମର ସନାତନ ବିଶ୍ୱାଳ ଛେରାପହଁରା ନୀତି ସମ୍ପର୍ଣ୍ଣ କରିଥିଲେ।ଏହି ଅବସରେ ଘଣ୍ଟ ଘଣ୍ଟା,ହରିବୋଲ ହୁଳହୁଳି ରେ ଓ ସାରଥୀ ସଞ୍ଜୟ ବିଶ୍ୱାଳ ଙ୍କ ଡ଼ାକରାରେ ମହାପ୍ରଭୁ ଙ୍କ ରଥ ଅଁଳାଇ ମନ୍ଦିର ଠାରେ ଥିବା ମାଉସୀମା ମନ୍ଦିର ନିକଟ କୁ ଯାଇଥିଲେ।ଏହି ସମୟରେ ଉକ୍ତ ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା।ଗ୍ରାମର ଓ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ଥିଲେ।ଏଥିରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ, ଅପର୍ତ୍ତି ବିଶ୍ୱାଳ,ହିମାଂଶୁ ବରାଳ,ଦୀପକ ସୁନ୍ଦରାୟ,ପିଣ୍ଟୁ ବଳିଆରସିଂ,ଆଲୋକ ପ୍ରଧାନ, ସାଗର ବଳିଆରସିଂ, ରାଜେଶ ବାରିକ ,ସୁରେଶ ସାମନ୍ତରାୟ,ଆକାଶ ବିଶ୍ୱାଳ ,ଅଧି ବେହେରା,ମନୋରଞ୍ଜନ ପ୍ରଧାନ,ଜଗନ ପ୍ରଧାନ, ତ୍ରିଲୋଚନ ଜେନା,କୃଷ୍ଣଚନ୍ଦ୍ର ସାହୁ,ରିତେଶ ସ୍ୱାଇଁ, ଗୋପାଳକୃଷ୍ଣ ପ୍ରଧାନ ଙ୍କ ସହିତ ଶତାଧିକ ଗ୍ରାମବାସୀ,ସହଯୋଗ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now