ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ର ବିକ୍ଷୋଭ

ଖୋର୍ଦ୍ଧା:୨୫/୦୬- ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଛି। ବିଭିନ୍ନ ଥାନାରେ ଦୁଷ୍କ୍ରମ୍, ଅସଦାଚରଣ ଜନିତ ଅଭିଯୋଗ ୩୦୦୦ରୁ ଉର୍ଦ୍ଧ ହେଲାଣି। ଗୋପାଳପୁର ରେ ହୋଇଥିବା ଗଣ ଦୁଷ୍କର୍ମ ଘଟଣା ରେ ସାରା ବିଶ୍ବ ରେ ଓଡ଼ିଶା ନିନ୍ଦିତ ହୋଇଛି। ଏହି ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଯୁବକ ଯୁବତୀ କଲେଜ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିବା ଏବଂ ସମସ୍ତ ଯୁବତୀ ,ଛାତ୍ରୀ ଙ୍କୁ ସୁରକ୍ଷା ଦେବା ଦାବି ରେ ବିଜୁ ଛାତ୍ର, ଯୁବ ଜନତା ଦଳ ପକ୍ଷ ରୁ ଆରମ୍ଭ ହୋଇଛି ଆନ୍ଦୋଳନ।

ଏହି ପ୍ରରିପେକ୍ଷି ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ସଂଯୋଜନାରେ ଖୋର୍ଦ୍ଧା ବିଜେଡି ଯୁବ ଛାତ୍ର ପକ୍ଷ ରୁ ସ୍ଥାନୀୟ ପ୍ରାଣନାଥ ମହାବିଦ୍ୟାଳୟ ସମ୍ମୁଖ ରେ ଚାଲିଥିଲା ଆନ୍ଦୋଳନ। ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସ୍ଵାଧୀନ ପଣ୍ଡା ଙ୍କ ନେତୃତ୍ୱ ରେ ଶହ ଶହ ସଂଖ୍ୟା ରେ ଛାତ୍ର ଛାତ୍ରୀ , ଯୁବକ ଓ ଅଭିଭାବକ ମାନେ ରାସ୍ତାରେ ପ୍ଲା କାର୍ଡ ଧରୀ ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ନାରା ବାଜି ଦେଉଥିବା ର ଦେଖାଯାଇଥିଲା। ଛାତ୍ର ଏବଂ ଯୁବକ ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ଫଟୋ ଚିତ୍ର କୁ ରାସ୍ତା ରେ ଜାଲିଥିଲେ। ଛାତ୍ର ମାନଙ୍କ ଆନ୍ଦୋଳନ ଯୋଗୁଁ କିଛି ସମୟ ପାଇଁ ରାସ୍ତାରେ ଉଭୟ ପଟୁ ଯାନ ବାହାନ ଅଟକି ଯାଇଥିଲା। ଶିଳ୍ପାଞ୍ଚଳ ପୋଲିସ ଉପସ୍ଥିତ ରହି ଛାତ୍ର ଏବଂ ଯୁବକ ମାନଙ୍କୁ ରାସ୍ତାରୁ ଉଠାଇ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।




ଏହି କାର୍ଯ୍ୟକ୍ରମ ରେ ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ସାହୁ, ଯୁବ ବିଜେଡ଼ି ସାଧାରଣ ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖଡଙ୍ଗ।, ଯୁବ ନେତା ଅମିୟ କୁମାର ମହାନ୍ତି,ରାଜ୍ୟ ସଂପାଦକ ଶୁଭକାନ୍ତ ମହାପାତ୍ର,ଛାତ୍ର ନେତା ଶକ୍ତିକାନ୍ତ ପ୍ରଧାନ, ଆଶୁତୋଷ ପ୍ରଧାନ, ତାହିର ଖାଁ,ଅମିତ୍ କୁମାର ଦାସ,ବିରଞ୍ଚି ଜେନା, ମାନସ କୁମାର ବରାଳ, ଶୌମ୍ୟ ରଞ୍ଜନ ସ୍ବାଇଁ ପ୍ରମୁଖ କଳା ବ୍ୟ।ଚ ପିନ୍ଧି ରାଜ୍ୟ ସରକାରଙ୍କ ଉପରେ ବର୍ଷୀଛନ୍ତି।ଏହା ଏକ ଟ୍ରେଲର ମାତ୍ର ଆଗକୁ ଏଇ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଯୁବ ଛାତ୍ର ନେତା ମାନେ ମତବ୍ୟକ୍ତ କରିଥିଲେ ।
   

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *