ଛାତ୍ରୀ ଓ ମହିଳା ସୁରକ୍ଷା ପାଇଁ ଯୁବ ଛାତ୍ର ଆନ୍ଦୋଳନ ସଫଳ ହେଲା: ବିଜେଡି

ଭୁବନେଶ୍ବର :- (ଶୁଭ ଖବର)ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାରୁ ଛାତ୍ରୀ ଓ ମହିଳାମାନେ ନିଜ ସୁରକ୍ଷିତ
ମଣୁନାହାଁନ୍ତି। ଆଜି ଜଣେ ମହିଳା ଦିନ ଦ୍ବିପ୍ରହରରେ ରାଜ୍ୟର କୌଣସି ସ୍ଥାନକୁ ନିର୍ଭୟରେ ଯିବାକୁ ଭୟ କରୁଛି । ସରକାର ଆସିବାର ଏକ ବର୍ଷ ମଧ୍ୟରେ ୩୦୫୪ରୁ ଉର୍ଦ୍ଧ ନାରୀ ନିର୍ଯାତନା ମାମଲା ରୁଜୁ ହେବା ଓ ପ୍ରତିଦିନ ୧୫ଜଣ ମହିଳା ଧର୍ଷଣ ଶୀକାର ହେବା ବିରୋଧରେ ଆଜି ବିଜୁ ଜନତା ଦଳ ତରଫରୁ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ସମସ୍ତ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନଙ୍କ ସମର୍ଥନ ଓ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲାର କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ଆନ୍ଦୋଳନ ସଫଳ ହୋଇଥିବାରୁ ସମସ୍ତଙ୍କୁ ରାଜ୍ୟ ଯୁବ ବିଜୁ ଜନତା ଦଳ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଓ ରାଜ୍ୟ ଛାତ୍ର ବିଜୁ ଜନତା ଦଳର ସଭାପତି ଶ୍ରୀ ଦେବୀ ରଂଜନ ତ୍ରିପାଠୀ ଧନ୍ୟବାଦ ଜଣାଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *