ସୋଲଫୁଲ ରେ ଝଲସିବ ୩ ରଥ; ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ରଥଯାତ୍ରା କୁ ଉତ୍କଣ୍ଠା ର ସହ ଚାହିଁରହିଛନ୍ତି ରାଜକିଶୋରଙ୍କ ପରିବାର

ଖୋର୍ଦ୍ଧା :- (ଶୁଭ ଖବର )୨୭ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ବର୍ଷ ଖୋର୍ଦ୍ଧା ପୈାରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଭୋଇ ସାହିର ରାଜକିଶୋର ନାୟକଙ୍କ ପରିବାର ହାତରେ ତିଆରୀ ସୋଲଫୁଲ ଶ୍ରୀକ୍ଷେତ୍ରର ତିନି ରଥରେ ଝଲସିବ । ଏଥିପାଇଁ ରାଜକିଶୋର ଓ ବୀରକିଶୋରଙ୍କ ପରିବାର ତରଫରୁ ସୋଲ ଫୁଲ ତିଆରି ପ୍ରାୟ ଶେଷ ପର୍ଯ୍ୟାୟରେ । କେବଳ କୋଟି ବ୍ରହ୍ମାଣ୍ଡ କରତା ତଥା ମହାପ୍ରଭୁ ଜଗନ୍ନାଥ, ବଳଦେବ, ମା’ ଶୁଭଦ୍ରାଙ୍କ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ରଥରେ ସଜାଇହେବାକୁ ଅପେକ୍ଷା କରିଛି ।

ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ମଧ୍ୟରୁ ଘୋଷଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ଏଥିରେ ଚତୁର୍ଦ୍ଧାମୂର୍ତି ରନô ସିଂହାସନ ଛାଡ଼ି ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କ ସେବା କରିବାରୁ ରାଜକିଶୋରଙ୍କ ପରିବାରକୁ ସୁଯୋଗ ମିଳିଥିବାରୁ ତାଙ୍କ ପରିବାର ନିଜକୁ ଧନ୍ୟ ମନେ କରିଛନ୍ତି ।
  ଭକ୍ତର ଭଗବାନ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ଦାସିଆ ବାଉରୀ ହାତରେ ମହାପ୍ରଭୁ ଜଗନ୍ନାଥ ନଡ଼ିଆ ନେଇଥିବାବେଳେ ବିଗତ ୨୫ବର୍ଷ ହେବ ନିଜର ପାରିଶ୍ରମରେ ତିଆରି ସୋଲଫୁଲ ସେ ଚତୁର୍ଦ୍ଧାମୂତିଙ୍କ ରଥରେ ଲଗାଇ ଆସୁଛନ୍ତି ।

ରାଜକିଶୋରଙ୍କ କହିବା ଆନୁଯାୟୀ ବହୁ ଆଶା କରି ଦିର୍ଘ ୧୯୯୯ ମସିହାରେ ବନ୍ଧୁଙ୍କ ସହିତ ଘୋଷଯାତ୍ରା ଦେଖିବାକୁ ସେ ଶ୍ରୀକ୍ଷେତ୍ର ଯାଇଥିଲେ ।ଆଶା କରିଥିଲେ ରଥ ବିଭିନ୍ନ ଫୁଲରେ ସୁସଜ୍ଜିତ ହୋଇଥିବ । ତିନି ଠାକୁର ରଥ ସୋଲ ଫୁଲ ବିନାରେ ଭଲ ଦେଖାଯାଉନଥିବା ଦୃର୍ଶ୍ୟ ସେ ଅନୁଭବ କଲେ । ଏହା ପରେ ରାଜକିଶୋର ନିଜ ହାତରେ ତିଆରି କରି ସୋଲ ଫୁଲ ତିନି ରଥରେ ସମର୍ପଣ କରିବାକୁ ଇଚ୍ଛା କରିଥିଲେ । ନିଜ ଗ୍ରାମକୁ ଫେରିବା ପରେ ତାର ପର ବର୍ଷ ଘୋଷଯାତ୍ରାକୁ ଅପେକ୍ଷା କରିଥାନ୍ତି । ହଠାତ୍ ମହାପ୍ରଭୁ ଜଗନ୍ନାଥ କୃପା ତାଙ୍କ ଉପରେ ପଡ଼ିଲା । ତାଙ୍କୁ ସ୍ୱପ୍ନାଦେଶ ହେଲା । ତା ପରେ ସୋଲ ଫୁଲ ତିଆରିରେ ସେ ପରିବାର ଲାଗପଡିଥିଲେ । ୨୦୦୦ ମସିହା ନେତ୍ର ଉସôବରେ ନିଜ ସପରିବାର ହାତରେ ତିଆରି ସୋଲଫୁଲକୁ ନେଇ ନିଜ ହାତରେ ରଥ ସଜାଇବାକୁ ବାହାରିଗଲେ ।ସେହି ଦିନ ଠାରୁ ତାଙ୍କର ସୋଲ ଫୁଲ ତିନି ରଥର ଶୋଭା ମଣ୍ଡନ କରୁଛି ।


  ଏଥିପାଇଁ ଆବଶ୍ୟକ ସୋଲ ଗଛ (କଂଚାମାଲ)ସେ ନଭେମ୍ବର ମାସରୁ ବିଭିନ୍ନ ସ୍ଥାନ ଯଥା କାକଟପୁର, ବାଙ୍କି, କଣାସ, ନୂଆହାଟ, ହଳଦିଆ ପ୍ରଭୃତି ଅନେକ ସ୍ଥାନରୁ ସଂଗ୍ରହ କରିଥାନ୍ତି । ସଂଗୃହିତ ସୋଲ ଗଛକୁ ଖରା କାକର ଦେଇ ସୁଖାଇଥାନ୍ତି । ଆଉ ପବିତ୍ର ଅକ୍ଷୟ ତୃତୀୟା ଠାରୁ ନିଷ୍ଟାର ସହିତ ସପରିବାର ଅରୁଆ ଅନ୍ନ ଖାଇ ବିଭିନ୍ନ ରକମର ସୋଲ ଫୁଲ ପ୍ରସ୍ତୁତରେ ଲାଗିପଡ଼ନ୍ତି । ମହିଳାମାନେ ହାତରେ ଛୁରୀ, କତୁରୀ, କଇଁଚି ଧରି ସୋଲକାଟି ତାକୁ ପତଳା କରିବାରେ ଲାଗିପଡ଼ନ୍ତି । ପତଳା ସୋଲକୁ ରାଜକିଶୋର, ଭାଇ ବୀରକିଶୋରଙ୍କ ସମେତ ପରିବାର ସୂତାରେ ବାନ୍ଧି ଫୁଲ ପ୍ରସ୍ତୁତ ପରେ ଜମ୍ବୁରା, ଚୁୁମୁକି ଲାଗାଇ ବିଭିନ୍ନ ରଙ୍ଗବେରଙ୍ଗ ସୋଲଫୁଲ ତିଆରି କରିଥାନ୍ତି । ଏ ବାବଦ ଟଙ୍କା ଟିଏ ପାରିଶ୍ରମିକ ନା ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ମିଳିନଥିବା ପ୍ରକାଶ କରିଛନ୍ତି । ତିନି ରଥକୁ ଅଧିକ ସୁସଜ୍ଜିତ ପାଇଁ ବହୁ ପରିମାଣରେ ସୋଲ ଫୁଲର ଆବଶ୍ୟକତା ଥିବା ବେଳେ ତାଙ୍କ ପାଇଁ ଅର୍ଥ କେତେକାଶଂରେ ସମସ୍ୟା ସୃଷ୍ଟି କରିଛି । ମହଙ୍ଗା ଯୁଗରେ ଫୁଲ ପ୍ରସ୍ତୁତି ଲାଗି ପ୍ରାୟ ୫୦ହଜାର ଟଙ୍କା ଖର୍ଚ୍ଚ ହେଉଛି । ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେଲେ କାର୍ଯ୍ୟ ଅଧିକ ମାତ୍ରାରେ କରି ହୁଅନ୍ତା ବୋଲି କହିଛନ୍ତି ରାଜକିଶୋର । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଆଉ ପଛକୁ ଫେରିନଥିବା ସେ ପ୍ରକାଶ କରିଛନ୍ତି ।


  ତେବେ ୨୦୦୪ମସିହା ମେ ମାସ ୨୭ ତାରିଖରେ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ତରଫରୁ ତାଙ୍କୁ ସୋଲଫୁଲ ଲାଗାଇବା ପାଇଁ ଅନୁମତି ପତ୍ର ମିଳିଛି । ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ମାନପତ୍ର ଦେଇ ତାଙ୍କ କାମ ସାରିଦେଇଥିବାବେଳେ ଆର୍ଥିକ ସହାୟତା କଥା ଚିନ୍ତା କରୁନି । ପୂର୍ବର ବାପା ଓ ଜେଜେବାପା ସୋଲ ଫୁଲ ତିଆରି କରୁଥିଲେ । ତାକୁ ସ୍ଥାନୀୟ ଅଂଚଳର ଦୋଳମେଳନ ଓ ଅନେକ ଯାନୀଯାତ୍ରାରେ ବ୍ୟବହାର କରୁଥିଲେ । ତାଙ୍କ ପ୍ରେରଣା ଫଳରେ ସେ ସୋଲଫୁଲ ତିଆରି ଶିଖିଥିଲେ । ଯାହା ଫଳରେ ଆଜି ତାଙ୍କୁ ତିନି ରଥରେ ସୋଲ ଫୁଲ ଲଗାଇବାରେ ସହାୟକ ହୋଇଛି ବୋଲି ସେ କୁହନ୍ତି । ତାଙ୍କ ପରିବାର ହାତରେ ତିଆରୀ ସୋଲ ଫୁଲ କେବଳ ଶ୍ରୀକ୍ଷେତ୍ରର ତିନି ରଥ ମଧ୍ୟରେ ସୀମିତ ହୋଇ ରହିନାହିଁ ।ବିଗତ କିଛି ବର୍ଷ ହେବ ଭଦ୍ରକ, ବଲାଙ୍ଗିର, ଭୁବନେଶ୍ୱର ର ଖଣ୍ଡଗିରି, ବରମୁଣ୍ଡା, ଆଚାର୍ଯ୍ୟ ବିହାର, କଟକ, ଖୋର୍ଦ୍ଧାର ମୁକୁନ୍ଦପ୍ରସାଦ, ଗୁରୁଜଙ୍ଗ, ଟାଙ୍ଗି ଚାନ୍ଦପୁର ଭଳି ବିଭିନ୍ନ ସ୍ଥାନରେ ଚାଲୁଥିବା ରଥ ଏବଂ ତିନି ଠାକୁରଙ୍କ ମଥାରେ ସୋଲର ଟାହିଆ ଶୋଭାପାଉଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *