ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ଉତ୍ତର ବେଗୁନିଆ ବଡ଼ବେରଣା ରାଜୀବ ଗାନ୍ଧୀ ସଭାଗୃହରେ ବଡ଼ବେରଣା ଗ୍ରାମପଞ୍ଚାୟତ ସଭାପତି ରମାକାନ୍ତ ରଣାଙ୍କ ସଭାପତିତ୍ବରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳି ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ତୃଣ ମୂଳ ସ୍ତରରେ ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବା ସହିତ ସଂଗଠନକୁ ମଜବୁତ୍ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକର ୨୧ଗୋଟି ଗ୍ରାମପଞ୍ଚାୟତର ବିଜେପି ଦଳର ପ୍ରମୁଖ କର୍ମୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଜେପି ଜିଲ୍ଲା ଓବିସି ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ ,ସୀମର ଗ୍ରାମପଞ୍ଚାୟତ ସଭାପତି ମୃତ୍ୟୁଞ୍ଜୟ ଜେନା , ପଙ୍ଗାରସିଂହ  ଗ୍ରାମପଞ୍ଚାୟତ କାହୁଁ ଚରଣ ମାନସିଂହ , କଣ୍ଟାବାଡ଼ ଗ୍ରାମପଞ୍ଚାୟତ ଲକ୍ଷ୍ମୀଧର ଓଝା , ଦକ୍ଷିଣ ବେଗୁନିଆ ଜୋନ ସଭାପତି ସୁନିଲ ସୁନ୍ଦରାୟ , ବେଗୁନିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ମନୋଜ କୁମାର ମହାପାତ୍ର ,ବୋଲଗଡ଼ ବ୍ଲକ୍ ସଂଯୋଜକ ତଥା କାର୍ଯ୍ୟକାରୀ ସଦସ୍ୟ ସୁଦର୍ଶନ ଜେନା ,  ପ୍ରଭାତ କୁମାର ରଣା , ରମେଶ ଚନ୍ଦ୍ର ପଣ୍ଡା , ଗୋବର୍ଦ୍ଧନ ମହାପାତ୍ର , ବାସୁଦେବ ପାଣିଗ୍ରାହୀ , ଶିଖର ସ୍ବାଇଁ ପ୍ରମୁଖ ବହୁ ବିଜେପି କର୍ମୀ ଯୋଗଦେଇ ସଂଗଠନକୁ ମଜବୁତ୍ କରିବା ପାଇଁ ଶପଥ ନେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *