ବେଗୁନିଆ ବୋଲଗଡ ର ବିଭିନ୍ନ ଆଧ୍ୟାତ୍ମିକ ପୀଠରେ ନବୀନ ଙ୍କ ଆଶୁ ଆରୋଗ୍ୟ ପାଇଁ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ବଳନ

ଖୋର୍ଦ୍ଧା :- (ଶୁଭ ଖବର)ଆଧୁନିକ ଓଡ଼ିଶା ର ନିର୍ମାତା ସାଢେ଼ ଚାରିକୋଟି ଜନ ମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗତ ୨୦ ତାରିଖରେ ମୁମ୍ୱାଇ ର କୋକିଳା ବେନ୍ ଧୀରୁ ଭାଇ ଅମ୍ବାନୀ ହସ୍ପିଟାଲ ରେ ଚିକିତ୍ସିତ ଅଛନ୍ତି । ସେହିଦିନ ଭୁବନେଶ୍ଵର ଛାଡ଼ିଲା କବେଳେ ସାରା ଓଡ଼ିଶାରୁ ସମସ୍ତ ନେତୃମଣ୍ଡଳୀ , ଯୁବ, ଛାତ୍ର ଓ ମହିଲା ଓ ବହୁ ଶୁଭେଚ୍ଛୁ ତାଙ୍କର ଆଶୁ ଆରୋଗ୍ୟ କାମନା ବିଜୁ ପଟ୍ଟନାୟକ ଏୟାରପୋର୍ଟ ଠାରେ କରିଥିଲେ ।

ବିଜୁ ପଟ୍ଟନାୟକ ଏୟାରପୋର୍ଟ ଠାରେ ବେଗୁନିଆ ବିଧାୟକ ଙ୍କ ପ୍ରିୟ ନେତାଙ୍କୁ ଆଶୁ ଆରୋଗ୍ୟ କାମନା


ନବୀନ ପଟ୍ଟନାୟକ ଲଙ୍ଗ ଲିଭ୍ ଲଙ୍ଗ ଲିଭ୍ ନାରାରେ ପ୍ରକମ୍ପିତ ହୋଇଥିଲା ସାରା ଭୁବନେଶ୍ଵର ।ସେହି ଦିନ ସେ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।ଆଜି ମହାପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ସାରା ଓଡ଼ିଶା ତଥା ବେଗୁନିଆ ବୋଲଗଡ ବାସୀ ଙ୍କ  ଭଲ ପାଇବା ପାଇଁ ପ୍ରିୟ ନବୀନ ଙ୍କ ସର୍ଜରୀ ସଫଳତାର ସହ ସମ୍ପନ୍ନ ହୋଇଛି ।


ନବୀନ ଙ୍କ ଦୃତ ଆରୋଗ୍ୟ କାମନା ପାଇଁ ସନ୍ଧ୍ୟାରେ  ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ସଂଯୋଜନାରେ ସର୍ବ ପ୍ରଥମେ ବେଗୁନିଆ ର ପ୍ରମୁଖ ଶକ୍ତି ପୀଠ ମା ରାମଚଣ୍ଡୀ ଦେବୀଙ୍କ ପୀଠ ରେ ପୂଜାର୍ଚ୍ଚନା କରାଯାଇଛି ।



ବୋଲଗଡ ର ପ୍ରମୁଖ ଶୈବ ପୀଠ ବଙ୍କୋଇ ସ୍ଥିତ ବାବା
ତ।ରେକେଶ୍ୱର ଙ୍କ ପବିତ୍ର ସ୍ଥଳୀ ରେ ପୂଜାର୍ଚ୍ଚନା କରାଯାଇଛି।



ବେଗୁନିଆ ସଦର ମହକୁମା ସ୍ଥିତ ମହାପ୍ରଭୁ ଜଗନ୍ନାଥ ଙ୍କ ପୀଠରେ ମଧ୍ୟ ଶୁଭେଚ୍ଛୁ ମାନେ ପୂଜାର୍ଚ୍ଚନା କରିଛନ୍ତି ।


ବେଗୁନିଆ ଓ ବୋଲଗଡ ବ୍ଲକ ର ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କ ସହ ବହୁ ଯୁବ, ଛାତ୍ର ମହିଳା ଙ୍କ ସମେତ ନବୀନ ପ୍ରେମୀ ଓ ଶୁଭେଚ୍ଛୁ ମାନେ ଏକାଠି ହୋଇ ପବିତ୍ର ପୀଠ ମାନଙ୍କରେ  ପୂଜାର୍ଚ୍ଚନା କରିବା ସହ ସମୂହ ଦୀପଦାନ କରିଛନ୍ତି ।


ହରିବୋଲ, ହୁଳହୁଳି ରେ ପ୍ରକମ୍ପିତ ହେଉଥିଲା ପୀଠ ଗୁଡ଼ିକ । ସମସ୍ତେ ଚାତକ ଭଳି ଅପେକ୍ଷା କରିଛନ୍ତି ତାଙ୍କର ପ୍ରିୟ ନେତା ମୁମ୍ବାଇ ରୁ ଶୀଘ୍ର ଆରୋଗ୍ୟ ହୋଇ ଫେରି ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ କରନ୍ତୁ ଓ ନିରନ୍ତର ସେବା ପ୍ରଦାନ କରନ୍ତୁ ।

ଭୁବନେଶ୍ଵର ର ଶ୍ରୀ ରାମ ମନ୍ଦିର ରେ ସମୂହ ଦୀପ ପ୍ରଜ୍ବଳନ ର ଫଟୋ




ଏହିଭଳି ଓଡ଼ିଶାର ସମସ୍ତ ପ୍ରାନ୍ତରେ ପ୍ରିୟ ନେତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ଚାଲିଛି । ତାଙ୍କର ଆଶୁ ଆରୋଗ୍ୟ କାମନା ସହ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ବେଗୁନିଆ ବିଧାୟକ ଶ୍ରୀ ସାହୁ ଙ୍କ ସହ ସମସ୍ତ ବେଗୁନିଆ ବୋଲଗଡ ବାସି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *