ଖୋର୍ଦ୍ଧା :- (ଶୁଭ ଖବର)ଆଧୁନିକ ଓଡ଼ିଶା ର ନିର୍ମାତା ସାଢେ଼ ଚାରିକୋଟି ଜନ ମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗତ ୨୦ ତାରିଖରେ ମୁମ୍ୱାଇ ର କୋକିଳା ବେନ୍ ଧିରୁ ଭାଇ ଅମ୍ବାନୀ ହସ୍ପିଟାଲ ରେ ଚିକିତ୍ସିତ ଅଛନ୍ତି ।ଭୁବନେଶ୍ଵର ଛାଡ଼ିଲା ବେଳେ ସାରା ଓଡ଼ିଶାରୁ ସମସ୍ତ ନେତୃମଣ୍ଡଳୀ , ଯୁବ, ଛାତ୍ର ଓ ମହିଲା ଓ ବହୁ ଶୁଭେଚ୍ଛୁ ତାଙ୍କର ଆଶୁ ଆରୋଗ୍ୟ କାମନା ବିଜୁ ପଟ୍ଟନାୟକ ଏୟାରପୋର୍ଟ ଠାରେ କରିଥିଲେ ।ସେହି ଦିନ ସେ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।ଆଜି ପ୍ରିୟ ନବୀନ ଙ୍କ ସର୍ଜରୀ ପାଇଁ ଓ ଟି ରେ ଅଛନ୍ତି ।ତାଙ୍କର ଦୃତ ଆରୋଗ୍ୟ କାମନା ପାଇଁ ସକାଳୁ ସକାଳୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଖୋରଧା ଟାଙ୍ଗୀ ର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ଟାଙ୍ଗୀ ବ୍ଲକ ର ଶୁଭେଚ୍ଛୁ ମାନେ ଏକାଠି ହୋଇ ମା ଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ।
ଶକ୍ତିପୀଠ ମା ତାରା ଦେବୀ ଙ୍କ ପୀଠରେ ପୂଜାର୍ଚ୍ଚନା କରୁଛନ୍ତି ରାଜେନ୍ଦ୍ର
ଅନୁରୂପ ଭାବେ ଖୋର୍ଦ୍ଧା ବ୍ଲକ୍ ମଳିପଡା ର ଆରାଧ୍ୟା ଦେବୀ ମା ଯୋଗମାୟା ଙ୍କ ପୀଠରେ ଶୁଭେଚ୍ଛୁ ମାନେ ଏକାଠି ହୋଇ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ଓ ଦୀପଦାନ କରିଛନ୍ତି ।
ନବୀନ ଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ମଳିପଡା ର ମା ଙ୍କ ପୀଠରେ ପୂଜାର୍ଚ୍ଚନା
ସେହିପରି ଖୋର୍ଦ୍ଧା ପୌର ପରିଷଦ ର ପଲଟନ ପଡିଆ ସ୍ଥିତ ବାବା ଚନ୍ଦ୍ରଶେଖର ଙ୍କ ପୀଠ ଓ ସଂଲଗ୍ନ ମହାବୀର ପୀଠରେ ରେ ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଓ ବହୁ ନବୀନ ପ୍ରେମୀ ଏକାଠି ହୋଇ ପବିତ୍ର ପୀଠ ରେ ଜଳସାୟୀ କରିବା ସହ ପୂଜାର୍ଚ୍ଚନା ଓ ଦୀପଦାନ କରିଛନ୍ତି । ସମସ୍ତେ ଅପେକ୍ଷା କରିଛନ୍ତି ତାଙ୍କର ପ୍ରିୟ ନେତା ମୁମ୍ବାଇ ରୁ ଶୀଘ୍ର ଆରୋଗ୍ୟ ହୋଇ ଫେରି ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ କରନ୍ତୁ ଓ ନିରନ୍ତର ସେବା ପ୍ରଦାନ କରନ୍ତୁ ।
ବାବା ଚନ୍ଦ୍ର ଶେଖର ଙ୍କ ପୀଠରେ ପୂର୍ବତନ ପୌରଧ୍ୟାକ୍ଷା ସଂଯୁକ୍ତା ସାହୁ ଶୁଭେଚ୍ଛୁ ଙ୍କ ଗହଣ ରେ ପୂଜାର୍ଚ୍ଚନା କରିବା ଅବସରରେ
ଏହିଭଳି ଓଡ଼ିଶାର ସମସ୍ତ ପ୍ରାନ୍ତରେ ପ୍ରିୟ ନେତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ଚାଲିଛି । ତାଙ୍କର ଆଶୁ ଆରୋଗ୍ୟ କାମନା ସହ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ଖୋରଧା ନିର୍ବାଚନ ମଣ୍ଡଳୀ ବାସି ।
ମା ଙ୍କ ପାଖରେ ପୂଜାର୍ଚ୍ଚନା କରି ପ୍ରିୟ ନେତା ଙ୍କ ଦୃତ ଆରୋଗ୍ୟ କାମନା ପାଇଁ ଆଶିଷ ଭିକ୍ଷା କରିବା ଅବସରରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ
Subha Khabar is now on Whatsapp
Join and get latest news update delivered to you via whatsapp
Join Now