ଗୋଚର ଜମିର କିସମ ପରିବର୍ତନ ପାଇଁ ପ୍ରଶାସନ ତତ୍ପର

ଅବଧି ସରିବାର ୩ଦିନ ପରେ ପହଁଚୁଛି ନୋଟିସ୍;
ପ୍ରଶାସନର ଖାମଖିଆଲ କୁ ନେଇ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା,- (ଶୁଭ ଖବର) ଟାଙ୍ଗୀ ତହସିଲ ଅଧିନ ମୁଣ୍ଡାଆମ୍ବ ନିକଟସ୍ଥ ଓଳସିଂହ ପଂଚାୟତ ଡମଣଭୂମି-ଖଜୁରୀଆ ମୌଜାରେ ଇଡକୋ ଦ୍ୱାରା ପ୍ରଦତ ଜମିରେ ଭାରତୀୟ ଗ୍ରୁପ, ରିଲାନ୍ସ କଞ୍ଜୁମର ପ୍ରଡଡକ୍ଟ ଲିମିଟେଡ ଓ ଭୁବନେଶ୍ୱରୀ ଫୁଡ୍ ଏଣ୍ଡ ଭେବେରେଜ ପ୍ରାଇଭେଟ୍ ଲିମିଟେଡର କମ୍ପାନୀ ନିର୍ମାଣ କରାଯାଉଛି । ମୁଖ୍ୟମନ୍ତ୍ରୀ ସଡକ ଜାଗା କମ୍ପାନୀ ମଧ୍ୟରେ ଲୀନ ହେଉଥିବା ଦର୍ଶାଇ ଉତେଜନା ପରିସ୍ଥିତି ଲାଗିଛି । ଏହି ସମୟରେ ଟାଙ୍ଗୀ ତହସିଲ ତରଫରୁ ସର୍ବସାଧାରଣଙ୍କ ନିମନ୍ତେ ହୋଇଥିବା ନୋଟିସ କୁ ନେଇ ଉଠିଲାଣି ପ୍ରଶ୍ନ । ଗତ ୨ତାରିଖରେ ହୋଇଥିବା ନୋଟିସ୍ ଅବଧି ଶେଷ ର ୩ଦିନ ରେ ସରପଂଚଙ୍କୁ ପ୍ରଦାନ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।


  ସୂଚନାରୁ ଜଣାପଡିଛି କି, ଖଜୁରୀଆ ମୌଜାର କିଛି ଗୋଚର ଜମିକୁ କିସମ ପରିବର୍ତନ କରାଯାଇ ଇଡକୋ ନାମରେ ପଟ୍ଟା କରାଯିବ ପାଇଁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୋଟିସ କରାଯାଇଛି । ଅଣ ସଂରକ୍ଷିତ ମାମଲା ସଂଖ୍ୟା – ୪/୨୫ ଖଜୁରୀଆ ମୌଜାର ତଫସିଲ ବର୍ଣ୍ଣିତ ସରକାରୀ ଜମି ଖାତା ନଂ-୨୧୦ ର ପ୍ଲଟ ନଂ -୪୫୨ ର ୧ ଏକର ୭୦ ଡିସିମିଲ, ପ୍ଲଟ ନଂ-୪୫୩ ର ଦୁଇ ଏକର ୮୦୦ ଡିସିମିଲ ଓ ପ୍ଲଟ ନଂ -୪୫୬ ର ୯୩୦ ଡିସିମିଲ କୁ କିସମ ପରିବର୍ତନ କରାଯାଇ ଇଡକୋ ନାମରେ ପଟ୍ଟା କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ନିଆ ଯାଇଛି । ତେଣୁ ଏହି ସର୍ବସାଧାରଣ ନୋଟିସ ଜରିଆରେ ଇସ୍ତାହାର ଜାରି ହେବାର ୧୫ଦିନ ମଧ୍ୟରେ ନିମ୍ନ ସ୍ୱାକ୍ଷରକାରୀ ତହସିଲଦାରଙ୍କ ନିକଟରେ ହଜାର ହୋଇ ଲିଖିତ ଆକାରରେ ଅଭିଯୋଗ କରି ପାରିବେ ବୋଲି ଦର୍ଶାଯାଇଛି । ମିଆଦ ଗଲା ପରେ କୌଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ ବୋଲି ନୋଟିସ ରେ ନିଦେ୍ର୍ଦଶ ରହିଛି । ମାତ୍ର ଏ ନୋଟିସ ଦିଆଯାଇଥିବା ଅବଧି ର ୩ଦିନ ପରେ ସ୍ଥାନୀୟ ସରପଂଚଙ୍କୁ ନୋଟିସ ମିଳିଛି । ଅର୍ଥାତ୍ ନୋଟିସ୍ ଜୁନ୍ ୨ରେ ଜାରୀ ହୋଇଥିବାବେଳେ ଜୁନ ୨୦ତାରିଖ ଅପରାହ୍ନ ୫ଟାରେ ସରପଂଚଙ୍କୁ ଦିଆଯାଇଛି । ୧୯ଦିନ ଅତିକ୍ରମ କରିବା ପରେ ନୋଟିସ ମିଳିଥିବା ବେଳେ ନୋଟିସ ରେ ଅଭିଯୋଗ ଗ୍ରହଣ କରିବାର ଅବଧି ଅଛି ୧୫ ଦିନ । ଏ ସମ୍ପର୍କରେ ସରପଂଚଙ୍କ ତରଫରୁ ତହସିଲଦାରଙ୍କୁ ପଚରା ଯିବାରୁ ସେ ଏହି ନୋଟିସ ବହୁ ପୂର୍ବରୁ ପଠାଇଛି, ଯଦି ବିଳମ୍ବ ହୋଇଛି କଣ ଅଭିଯୋଗ ଅଛି ଆସି ଜଣାଅ ବୋଲି କହିବା ସହିତ ଯଦି ପଂଚାୟତରେ ଅଧିକ ଗୋଚର ଜମି ଥିବ ତେବେ ଇଡକୋ କୁ ହସ୍ତାନ୍ତର କରାଯିବ ବୋଲି ଜଣାଇଥିବା ସରପଂଚଙ୍କ ସୂତ୍ରରୁ ଜଣାପଡିଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବିଳମ୍ବରେ ନୋଟିସ୍ ଦେଇ ଲୋକଙ୍କୁ ମାନସିକଭାବେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହେଉଛି ।


  ପ୍ରକାଶ ଥାଉ କି, ମୁଣ୍ଡାଆମ୍ବ ନିକଟସ୍ଥ ଓଳସିଂହ ପଂଚାୟତ ଡମଣଭୂମି-ଖଜୁରୀଆ ମୌଜାରେ ଇଡକୋ ଦ୍ୱାରା ପ୍ରଦତ ଜମିରେ କେତେକ ଶିଳ୍ପ କରାଯିବା ଲାଗି ଭତ କିଛିଦିନ ତଳେ ଭିତିପ୍ରସ୍ଥର ସ୍ଥାପନ କରାଯାଇଥିଲା । ପାନୀୟ କମ୍ପାନୀର କାର୍ଯ୍ୟ ଆରମ୍ଭ ବେଳେ ଶତାଧିକ ଲୋକ ସ୍ଥାନୀୟ ସରପଂଚ ଙ୍କ ନେତୃତ୍ୱରେ ଆସି କାର୍ଯ୍ୟ ବନ୍ଦ କରିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଓ ରାସ୍ତାରୋକ ହୋଇଥିଲା । ପ୍ରଶାସନିକ ଅଧିକାରୀ ପହଁଚି ଆଲୋଚନା କରି ପ୍ରତିଶୃତି ଦେବାରେ ଧାରଣା ହଟିଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଗୋଡ଼ିପଡା ମୋଟା ଛକ ୧୬ ନଂ ଜାତୀୟ ରାଜପଥ ଠାରୁ ଖଜୁରୀଆ ମୌଜା ଦେଇ ଡମଣଭୂମି କୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଗତ ବର୍ଷ ବ୍ଲକ ପ୍ରଶାସନ ଅନୁମତି ଓ ଜାଗା ହସ୍ତାନ୍ତର କରିଥିଲେ । ପରେ ୫ କିଲୋମିଟର ୭୦୦ ମିଟର ରାସ୍ତାକୁ  ଟଙ୍କା ବ୍ୟୟ ବରାଦ କରାଯାଇ ଟେଣ୍ଡର କରାଯାଇଥିଲା । ଚଳିତ ବର୍ଷ ଉକ୍ତ ରାସ୍ତା ନିର୍ମାଣ କରିବାକୁ ଠିକାଦାର ଚୁକ୍ତିପତ୍ର ଶେଷ କରିଥିବା ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଚକ୍ରଧର ବେହେରା କହିଛନ୍ତି । ମାତ୍ର କେଉଁ ପରିସ୍ଥିତିରେ ଓ କିପରି ପ୍ରଶାସନର ଉକ୍ତ ଜାଗାକୁ ପୁନର୍ବାର ଇଡକୋ କୁ ହସ୍ତାନ୍ତର କଲା ସେ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *