୧୧ତମ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ
ସହସ୍ରାଧିକ କବି କଳାକାର ମହାକୁମ୍ଭରେ ସାମିଲ

ଭୁବନେଶ୍ୱର : ୨୩/୦୫ (ଶୁଭ ଖବର) ଜୟଦେବ ଭବନ ଭୁବନେଶ୍ଵର ଠାରେ ଓଡିଶା ସିନେ ୱାର୍କର୍ସ ଆଶ୍ଵସିଏସନ ର ୧୧ତମ ଚଳଚ୍ଚିତ୍ର ଉତ୍ସବ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ଏକାମ୍ର ଭୁବନେଶ୍ଵର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ , ଖଣ୍ଡପଡା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ଵାଇଁ, ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦାନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ଵରଂଜନ ବଡ଼ଜେନା, ଅଭିନେତା ହରିହର ମହାପାତ୍ର, ଅଭିନେତ୍ରୀ ଅନନ୍ୟା ମିଶ୍ର, ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଅଭିନେତ୍ରୀ ପଲ୍ଲବୀ ପ୍ରିୟ ଦର୍ଶିନୀ ନାଥ,ନିର୍ଦ୍ଦେଶକ କୁନାଲ ପଟ୍ଟନାୟକ, କଣ୍ଠଶିଳ୍ପୀ ସୌଜନ୍ୟା ରଥ, ଅଭିନେତ୍ରୀ ମନୀଷା ମଞ୍ଜରୀ ମିଶ୍ର,କବି ତ୍. ଆର୍ତତ୍ରାଣ ସାହୁ, ସମାଜସେବୀ ଶ୍ରୀଯୁକ୍ତ ବିଜୟ କୁମାର ଜେନା, ଶ୍ରୀଯୁକ୍ତ ହେମନ୍ତ କୁମାର ସାମନ୍ତରାୟ, ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ସୁଶ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା,ଡ଼, ବନ୍ଦନା ହରିଚନ୍ଦନ, ଅତିଥୁ ଭାବେ ଯୋଗଦାନ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଡଃପୂର୍ଣ୍ଣ ଚନ୍ଦ୍ର ବେହେରା ସ୍ଵାଗତ ଅଭିଭାଷଣ ଦେଇଥିଲେ। ମେଘ ମହା‌ର ପବ୍ଲିକେସନ ତରଫରୁ କବି ନୀଳମଣି ସେଠିଙ୍କ ପ୍ରେମ ମନ୍ଦାକିନୀ କବିତା ସଂକଳନ ଉନ୍ମୋଚନ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଥ‌ିବା ସାରା ଓଡିଶାରୁ କଳାହାଣ୍ଡି, ବଲାଙ୍ଗୀର ବୌଦ୍ଧ, ଫୁଲବାଣୀ, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା଼, ଢେଙ୍କାନାଳ ଜିଲ୍ଲାରୁ ୧୫୦ କଳାକାର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉତ୍ତମ ଶିକ୍ଷୟତ୍ରୀ ଭାବେ ଆରତୀ ବେହେରା, ଉତ୍ତମ ସମ୍ବାଦିକ ଭାବେ ଜିତେନ୍ଦ୍ର କୁମାର ସାହୁ, ସରୋଜ କୁମାର ମୁଦୁଲି, ସମାଜସେବୀ ବିଜୟ କୁମାର ଜେନା ପ୍ରମୁଖଙ୍କୁ ଉପାଧୀରେ ଭୂଷିତ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ଓମ ପ୍ରକାଶ ମହାଦେବ, ଚନ୍ଦନ ବିଶ୍ଵାଳ, ଶିବୁନ, ବିକାଶ, ନୀଳମାଧୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡ଼. ରୀନାବାଳା ସାହୁ ସଂଯୋଜନା କରିଥିଲେ ।

<

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *