ବ୍ରହ୍ମା କୁମାରୀ ଆଶ୍ରମରେ ଜାଗର ଉତ୍ସବ ପାଳିତ

ଖୋରଧା,(୧୫/୨): – ଖୋରଧା ସହରର ଗୋଡ଼ିପୋଖରୀଠାରେ ଅବସ୍ଥିତ ବ୍ରହ୍ମା କୁମାରୀ ସେବାକେନ୍ଦ୍ର ପରିସରରେ  ସଂସ୍ଥାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କ ସଭାପତିତ୍ବରେ ମହା ଶିବରାତ୍ରୀ ଜାଗର ପାଳିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବରେ ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ବିବେକାନନ୍ଦ ଶର୍ମା, ସମ୍ମାନିତ ଅତିଥି ଭାବେ ପୌରାଧକ୍ଷା  କନକ ଲକ୍ଷ୍ମୀ ମହାନ୍ତି , ଖୋରଧା ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ  ସଞ୍ଜୟ କୁମାର ନାୟକ ଯୋଗଦାନ କରି ବିଶ୍ଵଶାନ୍ତି ପାଇଁ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ ସହିତ ପରତ୍ମା ଶିବ ବାବାଙ୍କର ଧ୍ଵଜା ଉତ୍ତୋଳନ କରିଥିଲେ। ବିଭିନ୍ନ ଗ୍ରାମରେ ଥିବା ବ୍ରହ୍ମା କୁମାରୀ ପାଠାଶାଳାରୁ ୩୦୦ ଭାଇ ଭଉଣୀ   ସୁସଜ୍ଜିତ ରଥରେ ଶିବ ଭଗବାନଙ୍କୁ ସ୍ଥାପନ କରି ଏକ ଶାନ୍ତି ଶୋଭାଯାତ୍ରାରେ ଖୋରଧା ସହର ପରିକ୍ରମା କରିଥିଲେ। ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ପରମାତ୍ମା ଶିବ ବାବାଙ୍କର ଧରାବତରଣର ବାର୍ତ୍ତା , ମହିମା ଓ ଗୁଣଗାନ କରିଥିଲେ।

ବ୍ରହ୍ମା କୁମାରୀ ରଶ୍ମି ଓ କଳ୍ପନା ଭଉଣୀ ମଞ୍ଚାସିନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ତିଳକ ଓ ଉତ୍ତରୀୟ ପ୍ରଦାନ କରିଥିଲେ। ଖୋରଧା ସହରରେ ଥିବା ସମସ୍ତ ଶିବ ମନ୍ଦିରରେ ଶ୍ରଦ୍ଧାଳୁ ଶିବ ଭକ୍ତମାନଙ୍କୁ ଶିବ ବାବାଙ୍କର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *