ଖୋରଧା,(୧୦/୦୨):- ଓଡିଶା ସରକାରଙ୍କ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ତଥା ବେଗୁନିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆୟୋଜନରେ ଓଡିଶା ପାଠ୍ୟକ୍ରମ ରୂପରେଖ ଏବଂ ନୂତନ ପାଠ୍ୟ ପୁସ୍ତକ ସଞ୍ଚାଳନ ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିର ପି.ଏମ. ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ୍ ର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରୁ ୧୦୧ ଜଣ ଶିକ୍ଷକ ଶିକ୍ଷିକା ପ୍ରଶିକ୍ଷଣ ନେଇଛନ୍ତି l ଉଦଘାଟନ ଉତ୍ସବରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ ପ୍ରଭା ଦେବୀ, ଶିକ୍ଷକ ସୌମ୍ୟରଞ୍ଜନ ସାହୁ, ହିମାଂଶୁ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହିତ ବକ୍ତବ୍ୟ ରଖିଥିଲେ ।

ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ନୂଆ ପାଠ୍ୟ ପୁସ୍ତକ ପରିବର୍ତ୍ତନ ହୋଇଛି ଏବଂ ଶ୍ରେଣୀ ଗୃହରେ ଆମେ ନୂତନ ଧାରା ଅନୁସାରେ କିପରି ପରିଚାଳନା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବି ଆର ସି ସି ସେଠୀ ମତ ପ୍ରକାଶ କରିଥିଲେ l ପ୍ରଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ଦାଶରଥି ସୁବୁଦ୍ଧି, ତ୍ରିନାଥ ବେହେରା ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସରୋଜ କୁମାର ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ l ସି ଆର ସି ସି ପ୍ରଶାନ୍ତ କୁମାର ନାୟକ, ରାମାନନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now