ଟିପ୍ପର କୁ ପିଟିଲା ଟ୍ରାଭେଲର : ଜଣେ ମୃତ ୨୦ ରୁ ଉର୍ଦ୍ଧ ଆହତ, ୧୦ଗୁରୂତର

ଖୋର୍ଦ୍ଧା,(୨୭/୦୧) :- ଖୋରଧା ୧୬ ନଂ ଜାତୀୟ ରାଜପଥ ର ତୋଟାପଡା ରୁ ଜିଲ୍ଲାପାଳ ଅଫିସ ଫ୍ଲାଏ ଓଭାର ଉପରେ ରାସ୍ତା ଉପରେ ଛିଡା ହୋଇଥିବା ଟିପ୍ପର କୁ ପଛପଟୁ ପିଟିଲା ଦୃତ ବେଗରେ ଆସୁଥିବା ଯାତ୍ରୀବାହୀ ଟ୍ରାଭେଲର ।

ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି ।ଟ୍ରାଭେଲର ର ସମ୍ମୁଖ ଭାଗଟି ସମ୍ପୂର୍ଣ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ କାଟି ମୃତକ ଓ ଆହତ ଙ୍କୁ ଉଦ୍ଧାର କରିଥିବାବେଳେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଜିଲ୍ଲା ଚିକିତ୍ସାଳୟ କୁ ପଠା ଯାଇଛି । ଘଟଣା ସ୍ଥଳରେ  ଆଦର୍ଶ ଥାନା ପୋଲିସ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ତଦନ୍ତ ଜାରି ରଖିଛନ୍ତି ।  ଅବସ୍ଥା ଗୁରୁତର ହେବାରୁ ୧୦ ଜଣଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ମୃତକ ଙ୍କ ପରିଚୟ ମିଳିନଥିବା ଜଣାପଡିଛି ।

ଖବର ପାଇ ଘଟଣା ସ୍ଥଳରେ ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତି,ଏସଡିପିଓ ନିହାର ପ୍ରଧାନ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ସଦର ଥାନା ଅଧିକାରୀ ବାସୁଦେବ ଜୟସିଂହ ପ୍ରମୁଖ ପହଞ୍ଚି ଆହତ କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *