ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ : ମ୍ୟୁନିସିପାଲିଟି ଓ ଏନ୍‌ଏସିର ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ପାଇଁ ନିର୍ଦ୍ଦେଶ


ଭୁବନେଶ୍ୱର, ୯/୧୧: ରାଜ୍ୟରେ ପୌର ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ପ୍ରାରମ୍ଭିକ ପ୍ରସ୍ତୁତି। ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।


ବୌଦ୍ଧ ଜିଲ୍ଲାକୁ ବାଦ୍‌ ଦେଇ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖାଯାଇଛି। ୨୦୨୭ ଜାନୁଆରୀ ୩୦ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

Advertisement


ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ଡିସେମ୍ବର ୧୦ ତାରିଖରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଉପରେ ଡିସେମ୍ବର ୧୯ ତାରିଖ ସୁଦ୍ଧା ଜନସାଧାରଣ ନିଜର ଅଭିଯୋଗ ଓ ଆପତ୍ତି ଦାଖଲ କରିପାରିବେ। ଡିସେମ୍ବର ୨୪ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ସେହିପରି ଡିସେମ୍ବର ୨୪ରୁ ୨୦୨୭ ଜାନୁଆରୀ ୭ ମଧ୍ୟରେ ବିଜ୍ଞପ୍ତି ବିରୋଧରେ ଅପିଲ୍ ଦାଖଲ କରାଯାଇପାରିବ। ଜାନୁଆରୀ ୧୫ରୁ ୨୫ ତାରିଖ ମଧ୍ୟରେ ଏହି ଅପିଲ୍‌ଗୁଡ଼ିକର ଶୁଣାଣି ହେବ।


ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ରାଜ୍ୟରେ ଆଗାମୀ ପୌର ନିର୍ବାଚନକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତେବେ ନିର୍ବାଚନର ତାରିଖ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା ହୋଇନାହିଁ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *