ତଳଗଡ଼ ବିଦ୍ୟାଳୟରେ   ରକ୍ତହୀନତା ସଚେତନତା କାର୍ଯ୍ୟକ୍ରମ

ବେଗୁନିଆ ବ୍ଲକ୍ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରକ୍ତହୀନତା ସଚେତନତା କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ଅଖିଳେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଚାଇଲ୍ଡ ଇନ୍ ନିଡ୍ ଇନଷ୍ଟଚ୍ୟୁଟ ଆୟୋଜନରେ ତଥା ବ୍ରିଟାନିଆ ନ୍ୟୁଟ୍ରିସନ ଫାଉଣ୍ଡେସନ ଖୋର୍ଦ୍ଧା ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନ୍ୟୁଟ୍ରିସନ ସଂଯୋଜକ ପିଣ୍ଟୁ ପ୍ରଧାନ ରକ୍ତହୀନତା ସମ୍ଵନ୍ଧରେ ଆଲୋକପାତ କରିବା ସହିତ ଆମ ଅନୁଷ୍ଠାନ ଏହି ସମସ୍ୟାକୁ ଦୁର କରିବା ପାଇଁ ଆଗେଇ ଆସିଛି ବୋଲି କହିଥିଲେ l ପିଲାମାନଙ୍କ ମଧ୍ୟରେ ରକ୍ତହୀନତା ଭାଷଣ ପ୍ରତିଯୋଗିତା ହୋଇଥିଲା ।

ବିଦ୍ୟାଳୟର ଏହି ପ୍ରତିଯୋଗିତାରେ ୧୭ ଜଣ ଅଂଶଗ୍ରହଣକରିଥିବା ବେଳେ ପ୍ରଥମ ଦିବ୍ୟାଜ୍ୟୋତି ରାଉତରାୟ, ଦ୍ୱିତୀୟ ମାମୁନି ବେହେରାଙ୍କୁ କମ୍ପାନୀ ତରଫରୁ ଟୋପି ଓ ବ୍ୟାଜ୍ ପ୍ରଦାନ କରାଯାଇଥିଲା ଓ ସମସ୍ତଙ୍କୁ ବ୍ରିଟାନିଆ ବିସ୍କୁଟ ଦିଆଯାଇଥିଲା ।

ଆମେ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଓ ରକ୍ତହୀନତା ରୋଗକୁ ଦୁରେଇ ଦେବା ବୋଲି ଶ୍ରୀଯୁକ୍ତ ମହାପାତ୍ର ମତବ୍ୟକ୍ତ କରିଥିଲେ l ସହକାରୀ ଶିକ୍ଷୟିତ୍ରୀ ସାଗରିକା ମାଝୀ, ଇପ୍ସିତା ପଣ୍ଡା, ବିଷ୍ଣୁପ୍ରିୟା ପଟ୍ଟନାୟକ, ଜଲି ସ୍ଵାଇଁ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜଗଦ୍ଦେବ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *