କୁମାରବସ୍ତ ଲୋକନାଥ ଦେବ କ୍ରିକେଟ ଟୁର୍ନାମେଣ୍ଟ ଆଇ ଆର ବି ଓ ଯାଆଁଳା ଚମ୍ପିୟାନ

ଖୋର୍ଦ୍ଧା,(୨୯/୧୧):- ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ  ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଆଇ ଆର ବି ଦଳ ପଳାଶପୁର ଦଳ କୁ ୫ ୱିକେଟରେ ପରାସ୍ତ କରିଛି ‌। ପଳାଶପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୬ ୱିକେଟ ହରାଇ ୧୩୭ ରନ୍ ସଂଗ୍ରହ କରିଥିଲା।ଜବାବ ଆଇ ଆର ବି ଦଳ ୧୪ ଓଭର ରେ ଆବଶ୍ୟକ ୧୩୮ ରନ୍ ସଂଗ୍ରହ କରି ବିଜୟୀ ହୋଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଦଳ ପକ୍ଷରୁ ହେମନ୍ତ ପ୍ରଧାନ ଧୂଆଁଧାର ୩୧ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।



ଦ୍ଵିତୀୟ ମ୍ୟାଚ (ମିନି ନନ୍ ଆଧାର) ଟସ୍ ରେ ବିଜୟ ଲାଭ କରି ଯାଆଁଳା ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ଯାଆଁଳା ଦଳ ନିର୍ଦ୍ଧାରିତ ୨୦ ଓଭର ରୁ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ   ସତ୍ୟ ସୁନ୍ଦର ପଟ୍ଟନାୟକ ୩୯ ରନ୍ ସଂଗ୍ରହ କରିଥିଲେ। ଜବାବରେ ମୁକୁନ୍ଦ ପ୍ରସାଦ ଦଳ ନିର୍ଦ୍ଧାରିତ ୧୫ ଓଭର ରୁ ୧୦ ୱିକେଟ ହରାଇ ୧୧୪ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଥିଲା ଯାଆଁଳା ଦଳ ଏହି ମ୍ୟାଚ୍ କୁ ୪୮ ରନ୍ ରେ ଜିତି ନେଇ ଚମ୍ପିୟାନ ହେଇଥିଲା। (ଆଧାର) ରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ସୁଶିଲ ପ୍ରଧାନ,ଶ୍ରେଷ୍ଠ ବୋଲର ବସନ୍ତ ସାହୁ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସୁଶିଲ ପ୍ରଦାନ ପୁରସ୍କୃତ ହୋଇଥିଲେ।ସେହିପରି( ମିନି ନନ ଆଧାର) ରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ସୌମ୍ୟ ରଞ୍ଜନ ଜେନା, ଶ୍ରେଷ୍ଠ ବୋଲର ପଙ୍କଜ ନାୟକ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସନ୍ତୋଷ ସ୍ୱାଇଁ ପୁରସ୍କୃତ ହୋଇଥିଲେ।

Advertisement

ଆଜିର ସଭା ରେ ମୁଖ୍ୟଅତୀଥି ଭାବରେ ଜଟଣୀ ନିର୍ବାଚନମଣ୍ଡଳୀ ର ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ସଭାପତି (ବିଜେପି)  ବିଶ୍ଵ ରଞ୍ଜନ ବଡ଼ଜେନା,ଟାଙ୍ଗିଆ ପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ  ସ୍ଵର୍ଣ୍ଣପ୍ରଭା ସେଠୀ, ରାଇସିଂ ଷ୍ଟାର କ୍ଲବ ର ସଭାପତି  ସଞ୍ଜୟ ପାଇକରାୟ,ମଣ୍ଡଳ ସଭାପତି ଉତ୍ତର ଖୋର୍ଦ୍ଧା ସଂଗ୍ରାମ କେଶରୀ ସାମନ୍ତସିଂହାର,ସମାଜସେବୀ ରାମ ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇ ସମସ୍ତ ଦଳ ଓ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ।  ଆଜିର ଖେଳକୁ  ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ,ତୁଷାର କାନ୍ତ ସୁନ୍ଦରାୟ ଓ ସୋଭକର ପାତ୍ର । ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ,ଅଭିଜିତ ସାମନ୍ତରାୟ ଓ ସୂର୍ୟ ପ୍ରତାପ ଗଜେନ୍ଦ୍ର ଓ ତାରାପ୍ରସାଦ ରାଉତରାୟ ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ, ପାର୍ଥ ସାରଥୀ ରାଉତରାୟ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ  ତୁଲାଇଥିଲେ ।



ଆସନ୍ତା ରବିବାର  ଫାଇନାଲ ମ୍ୟାଚ୍ (ନନ୍ ଆଧାର) ମଞ୍ଚେଶ୍ଵର୍ ବନାମ ମେଣ୍ଢାଶାଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *