ଖୋର୍ଦ୍ଧା :- ୧୬ ନଂ ଜାତୀୟ ରାଜପଥଶିଳ୍ପାଞ୍ଚଳ ଥାନା ଅଞ୍ଚଳର ପି ଏନ୍ କଲେଜ ନିକଟରେ ଏକ ଗୋ ବୋଝେଇ ଅଶୋକ ଲିଲେଣ୍ଡ ମିନି ଟ୍ରକକୁ ଜବତ କରି ଥାନା ର ଜିମା ଦେଇଛନ୍ତି ବଜରଙ୍ଗ ଦଳ କର୍ମୀ ।ଏହି ଭ୍ୟାନ ରେ ୩୦ରୁ ଉର୍ଦ୍ଧ ଗୋରୁ ଅମାନୁଷିକ ଭାବେ ବାନ୍ଧି ଲୋଡ କରିଥିବାବେଳେ ଗାଡ଼ି ଖାଲି କଲାବେଳକୁ ସେଥିରୁ ୮ଗୋରୁ ମୃତ୍ୟୁବରଣ କରିଥିବା ଦେଖାଦେଇଛି ।

ଗୋ ବୋଝେଇ ଅଶୋକ ଲିଲେଣ୍ଡ ମିନି ଟ୍ରକ
ପ୍ରଶାସନ ର ଶିଥିଳତା କୁ ଲକ୍ଷ୍ୟ କରି ନିୟମିତ ଭାବେ ବିଭିନ୍ନ ଅଭିନବ ଉପାୟରେ ଗୋ ଚାଲାଣ ହେଉଛି ।ମଙ୍ଗଳବାର ଅପରାହ୍ନ ରେ ଚଣ୍ଡେଶ୍ୱର୍ ନିକଟରେ ମଧ୍ୟ ବଜରଙ୍ଗ ଦଳ କର୍ମୀ ମାନେ ପ୍ଲସ ଚିହ୍ନ ଥିବା ଗୋ ମାଂସ ବୋଝେଇ ଏକ ବଡ କଂଟେନର ଜବତ କରି ଟାଙ୍ଗି ଥାନା ଜିମା ଦେଇଥିଲେ ।ପ୍ରତିଦିନ ବିଭିନ୍ନ ଗାଡ଼ିରେ ଗୋ ଚାଲାଣ ହେଉଥିବା ବେଳେ ଏପରିକି ରାସ୍ତା ରେ ସୋଇଥିବା ଜୀବନ୍ତ ଗୋରୁ ଓ ଦୁର୍ଘଟଣା ରେ ମୃତ୍ୟୁ ହେଉଥିବା ଗୋରୁଙ୍କୁ ଉଠାଇ ନେଉଛନ୍ତି ଗୋ ମାଫିଆ । ଦେଖିବାକୁ ମିଳୁଛି ବଜରଙ୍ଗ ଦଳ କର୍ମୀ ମାନେ ଗୋରୁ ଗାଡ଼ି ଗୁଡ଼ିକୁ ଜବତ କରିଥିବା ବେଳେ କାହିଁକି ପୋଲିସ ଧରି ପାରୁନାହିଁ ଏହାକୁ ନେଇ ଜନ ସାଧାରଣ ରେ ସନ୍ଦେହ ଦେଖା ଦେଇଛି ।

ଚଣ୍ଡେଶ୍ଵର୍ ଠାରେ ଜବତ ହୋଇଥିବା ଗୋ ମାଂସ ବୋଝେଇ କଣ୍ଟେନର
Subha Khabar is now on Whatsapp
Join and get latest news update delivered to you via whatsapp
Join Now
