ଜମୁଛି ଜଟଣୀ ରେ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା, ମନ ମହୁଛି ପୋଷ୍ଟ ଅଫିସ ଛକ

ଖୋର୍ଦ୍ଧା, :- ଅଗ୍ରପୂଜ୍ୟ ଗଜାନନ ଙ୍କ  ପୂଜାକୁ ନେଇ ଜଟଣୀ ସହର ଉତ୍ସବ ମୁଖର। ଜଟଣୀର ପ୍ରସିଦ୍ଧ ଗଣେଶ ପୂଜାକୁ ଦେଖିବାକୁ ଓଡ଼ିଶା ର  ବିଭିନ୍ନ ପ୍ରାନ୍ତରରୁ ଲୋକେ ଆସିଥାନ୍ତି । ଚଳିତ ବର୍ଷ 200 ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଣେଶ। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

୧୨ ଦିନ ବ୍ୟାପୀ ଚାଲିବ ପ୍ରଭୁଙ୍କ ପୂଜା । ତିନୋଟି ମୀନା ବଜାର ସହିତ ରାଜ୍ୟ ବାହାରୁ ଅନେକ ବ୍ୟବସାୟୀଙ୍କ ଭିଡ ଜମିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଆଲୋକ ମାଳରେ ସୁସଜ୍ଜିତ ପୁରା ଜଟଣୀ  । ଭିନ୍ନ ଭିନ୍ନ ରୂପରେ ସଜାଯାଇଛି  ବିଭିନ୍ନ ପୂଜା ମଣ୍ଡପ ।



ପୋଷ୍ଟ ଅଫିସ ଛକ ରେ ସୂର୍ଯ୍ୟ ଦେବ ଙ୍କ ଅଶ୍ୱରୋହଣ  ବେଶ ରେ ଦର୍ଶନ ଦେଉଛନ୍ତି ଗଣପତି, ୨୫ରୁ ୩୦ ଫୁଟ ର ହୋଇଛନ୍ତି ଏହି ମୂର୍ତି।ଆଲୋକ ସଜା ମଧ୍ୟ ଏହି ମଣ୍ଡପ ରେ ବେଶ ଆକର୍ଷଣୀୟ।

ସେହି ଭଳି ପ୍ରମୁଖ ଛକ ରେଳବାଇ କଲୋନୀ, ମହୁଲଗୁଡ଼ିଆଛକ,ହରିଭାଇନା ଛକ, ଗୋଲେଇ ମାର୍କେଟ,ହାଟ ବଜାର,ଥାନା ଛକ,ମାଛ ମାର୍କେଟ, ବଡ଼ ବଜାର, ସିତାରାମ ଛକ ମାନଙ୍କର ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ଅଗ୍ର ପୂଜ୍ୟ ଗଜାନନ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *