କାଲିମେଳା:- ଗତ କିଛିଦିନ ଧରି ଲାଗି ରହିଥିବା ମୌସୁମୀ ବର୍ଷା ଯୋଗୁଁ ମାଲକାନାଗିରି ଜିଲ୍ଲାର ବିଭିନ୍ନ ନଦୀନାଳ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଭୋର ପ୍ରାୟ ୪ ଟା ବେଳୁ କାଲିମେଳା – ପଡିଆ ମୁଖ୍ୟ ରାସ୍ତାରେ ରହିଥିବା କନ୍ୟାଶ୍ରମ ପୋଲ ଉପରେ ଜଳ ସ୍ତର ବୃଦ୍ଧି ପାଇଥିବାରୁ ସକାଳୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପାଡିଥିବା ଦେଖିବାକୁ ମିଳିଛି ।
ଯାହାଫଳରେ ପୋଲର ଉଭୟ ପାର୍ଶ୍ଵରେ ଯାତ୍ରୀମାନେ ଅପେକ୍ଷାରତ ଥିବା ଦେଖିବାକୁ ମିଳିଥିବା ବେଳେ କିଛି ଯାନବାହନ ମଧ୍ଯ ଅଟକି ରହିଛି। ପ୍ରତ୍ୟକ ବର୍ଷ ବର୍ଷା ସମୟରେ କନ୍ୟାଶ୍ରମ ପୋଲ ଏଭଳି ଜଳମଗ୍ନ ହେଉଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଥାନ୍ତି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now