ସୁଶ୍ରୀ ପ୍ରତିମା ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବେଗୁନିଆ:- ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବେଗୁନିଆ ବ୍ଲକ ଅନ୍ତର୍ଗତ ଭୂଇଁପୁର ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ପ୍ରତିମା ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି ।

ଏଥିରେ ସହକାରୀ ଶିକ୍ଷୟିତ୍ରୀ ସୁପ୍ରିୟା ସାହୁଙ୍କ ଆବାହତ୍ବରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଉପ ସଭାପତି ମାନସ କୁମାର ବେହେରାଙ୍କ ଅଧ୍ୟକ୍ଷତା ଓ କବି ଗୋପୀନାଥ ସେଠୀ, ପ୍ରସନ୍ନ ମଣ୍ଡଳଓ କାଶୀନାଥ ପଟ୍ଟନାୟକଙ୍କ ସଂଯୋଜନାରେ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହ ମୁଖ୍ୟଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ମୁଖ୍ୟବକ୍ତା, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ରାଜ୍ୟ ସମ୍ପାଦକ ବିଭୁ ପ୍ରସାଦ ସାହୁ, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରବୀନ୍ଦ୍ର କୁମାର ମହାପାତ୍ର, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ମହାପାତ୍ର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ସନ୍ଧ୍ୟାରାଣୀ ରଥ, ଏବିଇଓ କୈଳାସ ଚନ୍ଦ୍ର ସେଠୀ,ଶିକ୍ଷାବିତ୍ ଯୋଗେଶ୍ୱର ସୁନ୍ଦରାୟ,ଭାଗିରଥି ପରିଡ଼ା, ପ୍ରଫୁଲ୍ଲ କୁମାର ଦାଶ,ପରିଚାଳନା କମିଟି ସଭାପତି ମଲୀ ରାଉତ,ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ ଓ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସରୋଜ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ଗୁଣ ଗାନ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *