ବିସ୍ପୋରଣ ରେ ଜଣେ ମହିଳା ମୃତ ଦୁଇ ଆହତ

ଖୋର୍ଦ୍ଧା :- (ଶୁଭ ଖବର ) ବୋଲଗଡ ଥାନା ଅନ୍ତର୍ଗତ ଇଛାପୁର ଗ୍ରାମର ଏକ ପରିତ୍ୟକ୍ତ ଘରେ ହେଲା ବିସ୍ପୋରଣ । ଆଉ ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା ଜଣକ ହେଉଛନ୍ତି ମିଲି ବେଗମ (୨୭) । ଏଥିସହିତ ମୃତା ମହିଳାଙ୍କର ମାଉସୀ ଅମିନା ବିବି(୩୫) ଏବଂ ଝିଅ ରୁକସାନା ବେଗମ (୧୦)ଆହତ ହୋଇଛନ୍ତି । ଆହତ ମାନେ ଚିକିତ୍ସା ପାଇଁ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଥିଲେ ।


  ଥାନା ନିରୀକ୍ଷିକା ସ୍ନିଗ୍ଧାମୟୀ ବରାଳ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିସ୍ପୋରଣ ବାଣ ନା ବୋମା ତାହାସ୍ପଷ୍ଟ ହୋଇନାହିଁ ।ଖୋର୍ଦ୍ଧା ରୁ ଆସିଥିବା ବୋମା ନିସ୍କ୍ରିୟକାରୀ ଦଳ ଘଟଣା ର ଅନୁସନ୍ଧାନ କରି ଫେରିଯାଇଥିବା ଥିବାବେଳେ ଆସନ୍ତା କାଲି ରବିବାର ପୁଣି ବୋମା ନିସ୍କ୍ରିୟକାରୀ ଦଳ ଆସି ତନଖି କରିବା ପାଇଁ ରହିଥିବାର ସୁଚନା ମିଳିଛି । ଏଥିସହିତ ସାଇଁଟିଫିକ ଟିମ୍ ତଦନ୍ତ କରିବା ପରେ ଘଟଣା ସ୍ଥଳରେ ଜବତ ଥିବା ମୃତା ମହିଳା ଙ୍କ ଶବବ୍ୟବଚ୍ଛେଦ ପାଇଁ ପଠାଯିବ । ସେପଟେ ବିସ୍ପୋରଣ ଘଟିଥିବା ସ୍ଥାନ ରେ ଆଉ କିଛି ବିସ୍ପୋରକ ରହିଛି କି ନାହିଁ ପୋଲିସ ପକ୍ଷରୁ ସ୍ପଷ୍ଟ ହୋଇପାରି ନଥିବା ବେଳେ ଘଟଣା ସ୍ଥଳରେ ଥାନା ପୁଲିସ ମୁତୟନ ରହିଛନ୍ତ । ବିସ୍ପୋରଣ ସ୍ଥାନ କୁ କାହାକୁ ଛାଡୁ ନଥିବା ଦେଖିବାକୁ ମିଳିଛି । ସେପଟେ ମୃତା ମହିଳା ଙ୍କ ପିତା ସେଖ ସୁକୁର ଙ୍କ ଥାନାରେ ଅଭିଯୋଗ ଅନୁଯାଯୀ ସେହି ପରିତ୍ୟକ୍ତ ଘରକୁ ତାଙ୍କ ଝିଅ ମିଲି ବେଗମ ଯାଇଥିବା ବେଳେ ବିସ୍ପୋରଣ ଘଟି ମିଲି ଙ୍କର ମୃତ୍ୟୁ ହୋଇଥିବା ସହ ତାଙ୍କ ନାତୁଣୀ ରୁକସାନା ବେଗମ ଓ ଶାଳି ଅମିନା ବିବି ଘଟଣା ରେ ଆହାତ ହୋଇଥିବା ବୋଲଗଡ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଘରେ କେହି ଆଜ୍ଞାତ ବିସ୍ପୋରଣ ସାମଗ୍ରୀ ରଖି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏସଂକ୍ରାନ୍ତ ରେ ବୋଲଗଡ଼ ଥାନାରେ କେସ ନଂ ୧୨୫/୨୫ ରୁଜୁ ହେବା ସହିତ ଘଟଣାର ଅନୁସନ୍ଧାନ ଓ ତଦନ୍ତ ପାଇଁ ପୁଲିସ ତନାଘନା ଜାରୀ ରଖିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *