ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟସ୍ ଗାଇଡସ୍ ର ବିଶ୍ଵ ପରିବେଶ ଦିବସ ପାଳନ

ଖୋର୍ଦ୍ଧା :- (ଶୁଭ ଖବର ) ଶାଳେଶ୍ଵର ସପ୍ନେଶ୍ଵର ଦେବ ବିଦ୍ୟାପୀଠ ଅଣ୍ଡା ଠାରେ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟସ୍ ଓ ଗାଇଡସ୍ ର ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟଙ୍କ ପରିବେଶ ଜନିତ ବାର୍ତ୍ତାକୁ ପଠନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ପ୍ରଜ୍ଞା ପରମିତା ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହିତ ପ୍ରତ୍ୟେକ ସ୍କାଉଟସ୍ ଓ ଗାଇଡସ୍ ନିଜ ପିତା ମାତାଙ୍କ ନାମରେ ଅନ୍ତତଃ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହିତ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ  ଆହ୍ଵାନ ଦେଇଥିଲେ । ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ଖୋର୍ଦ୍ଧାର ପରିଚାଳିକା ଡି.ବିଜୟଲକ୍ଷ୍ମୀ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ରୋପଣ କରିବା ସହିତ ପରିବେଶ ପାଇଁ ଆଜିର ଦିନରେ ସମସ୍ତେ ମୁକ୍ତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଚିତ୍ରାଙ୍କନ, ତର୍କ, ସଙ୍ଗୀତ ଓ କୁଇଜ୍ ଆଦି ପ୍ରତିଯୋଗିତାରେ ୧୨ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ ।

ଏହି ଅବସରରେ ଜିଲ୍ଲା ସ୍କାଉଟ କମିଶନର ପ୍ରଭାକର ସାହୁ ଏବଂ ରାଜ୍ୟ ତାଲିମ ଦାତା ଦିବାକର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସ୍କାଉଟ ଗାଇଡ ସମ୍ପାଦକ ସୁଧାକର ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ପ୍ରକାଶ କୁମାର ପଲାଇ, ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ ଦିଲ୍ଲୀପ କୁମାର ମୋଦୀ, ଅଫିସ ଆସିଷ୍ଟାଣ୍ଟ ସଞ୍ଜୟ କୁମାର ବଳବନ୍ତରାୟ, ଜିଲ୍ଲା କର୍ମକର୍ତ୍ତା ଶ୍ୟାମ ସୁନ୍ଦର ହୋ, ଚିତ୍ତରଞ୍ଜନ ବରାଳ, ମାନସ କୁମାର ସେଠୀ, ନୃସିଂହ ପ୍ରସାଦ ସିଂ ଙ୍କ ସମେତ ବିଦ୍ୟାଳୟ ପଞ୍ଚସଖା ପରିଚାଳନା ସଂଗଠନ ସଭାପତି, ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *