ବେଗୁନିଆ :- (ଶୁଭ ଖବର)ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲା ଗ୍ରାମରେ ଶୀତଳ ଷଷ୍ଠୀ ମହୋତ୍ସବ “ବିଶ୍ୱାସ ” ଉଦଯାପିତ ହୋଇଛି । ଏଥିରେ ଗ୍ରାମ୍ୟ କମିଟି ସଭାପତି ମହମ୍ମଦ ମୋହିଉଦ୍ଦିନ ଅହମ୍ମଦଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ସୁଧାକର ସେଠୀଙ୍କ ସଂଯୋଜନାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି,ସରପଂଚ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟବକ୍ତା,ମାନସ ରଞ୍ଜନ ବିଶ୍ଵାଳ,ହାଡୁବନ୍ଧୁ ମହାପାତ୍ର, ସମାଜସେବୀ ସେକ ଜବାର, ଡ଼ଃ ଶିଶିର କୁମାର ଆଚାର୍ଯ୍ୟ,ନୀଳକଣ୍ଠ ସ୍ଵାଇଁ,ଲକ୍ଷ୍ମୀକାନ୍ତ ମହାପାତ୍ର, ପ୍ରସନ୍ନ କୁମାର ବାରିକ ଓ ପରମାନନ୍ଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ମନୋରଞ୍ଜନର ଖୋରାକ ଯୋଗାଇ ଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସଭାର ପ୍ରାରମ୍ଭରେ ଗ୍ରାମ୍ୟ କମିଟି ସମ୍ପାଦକ ଲଡୁ କିଶୋର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ସୁନିଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ତପନ କୁମାର ମିଶ୍ର ଓ ଶିକ୍ଷକ ଜମ୍ବେଶ୍ୱର ମଙ୍ଗରାଜଙ୍କ ସଂଯୋଜନାରେ ରାଜ୍ୟ କଳା ସଂସ୍କୃତି ବିଭାଗ ଓ ସ୍ଥାନୀୟ କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now