ବିଜେଡି ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା: – (ଶୁଭ ଖବର )ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତିର ଗ୍ରାମ ସ୍ଥିତ ପଂଚାୟତ କାର୍ଯ୍ୟାଳୟ ପରିସରରେ ଦେଉଳି ପଂଚାୟତ ବିଜେଡ଼ି ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି।

ଏଥିରେ ସରପଂଚ ଅକ୍ଷୟ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୃଣ ମୂଳ ସ୍ତରରୁ ସଂଗଠନକୁ ବ୍ୟାପକ କରିବା ସହ ସୁଦୃଢ଼ କରିବା କୁ ଆହ୍ବାନ ଦେଇଥିଲେ।ଏହି ବୈଠକ ରେ ଦେଉଳି ପଞ୍ଚାୟତର ସବୁ ଗ୍ରାମର ଛାମୁଆ କର୍ମୀ ମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ  ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟା ଙ୍କ ପ୍ରତିନିଧି ଗୁନ ବେହେରା,ସରପଂଚ କରୁଣାକର ଦଳ ସିଂହାରରାୟ, ପୂର୍ବତନ ସରପଂଚ ବରିଷ୍ଠ କର୍ମୀ ଜlଗେଶ୍ୱର୍ ମାଝୀ, ସମାଜସେବୀ ପଦ୍ମ ଲୋଚନ ରାଉତରାୟଙ୍କ ଓ ସକ୍ରୀୟ କର୍ମୀ ନିବାସ ସୁନ୍ଦରାୟ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ଏହି ଭଳି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଂଚାୟତ ରେ ସାଂଗଠନିକ ବୈଠକ କରି ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ ମତ ପ୍ରକାଶ କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *