ଖୋର୍ଦ୍ଧା :- (ଶୁଭ ଖବର )ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଶାଖା ପରିଚାଳକ ସନ୍ତୋଷ କୁମାର ସେନାପତିଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ବିଶିଷ୍ଟ ଯଜ୍ଞ ବିଶାରଦ ଚିନ୍ତାମଣି ଦାଶ ଶର୍ମାଙ୍କ ଅଧ୍ୟକ୍ଷତାରେ ନୂତନ ଶାଖା ପରିଚାଳକ ଅଜୟ ବର ମୁଖ୍ୟ ଅତିଥି, ଶିକ୍ଷାବିତ୍ କୁଳମଣି ମିଶ୍ର ମୁଖ୍ୟବକ୍ତା, ସହକାରୀ ଶାଖା ପରିଚାଳକ ପ୍ରଦୀପ୍ତ କୁମାର ଭୋଇ, କୋଷାଧ୍ୟକ୍ଷ ଦିଲୀପ କୁମାର ସାହୁ, ପୂର୍ବତନ ସରପଂଚ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଶାଖା ପରିଚାଳକ କାର୍ଯ୍ୟ ଦକ୍ଷତା ଉପରେ ଅବତାରଣା କରିଥିଲେ। ତତ୍ ସହିତ ନୂତନ ଶାଖା ପରିଚାଳକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now