ଖୋରଧା : – (ଶୁଭ ଖବର) ଖୋରଧା ଉପକଣ୍ଠସ୍ଥ ଗୋଡ଼ିପୋଖରୀ ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ଏହାର ମୁଖ୍ୟ ସଂଚଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କ ସଭାପତିତ୍ଵ ରେ “ବିଶ୍ଵ ତମାଖୁ ବର୍ଜନ ଦିବସ ” ପାଳନ ହୋଇଯାଇଅଛି ।
ଅତିଥି ଭାବରେ ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କବିତା କର ଏବଂ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ସମ୍ପାଦକ ଶ୍ରୀ ସୁଧୀର କୁମାର ମାନସିଂହ ଯୋଗଦାନ କରି ନିଶା ସେବନର ଅପକରିତା ବିଷୟରେ ବୁଝାଇଥିଲେ ।

ବ୍ରହ୍ମାକୁମାରୀ ରମା ଭଉଣୀ ନିଶା ତ୍ୟାଗ କରିବା ପାଇଁ ରଜାଯୋଗର ଅଭ୍ୟାସ କରାଇଥିଲେ। ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ତମାଖୁ ବର୍ଜନର ଶପଥ ପାଠ କରାଇଥିଲେ। ବିଭିନ୍ନ ଗ୍ରାମରେ ଥିବା ବ୍ରହ୍ମାକୁମାରୀ ପାଠଶାଳା ଶତାଧିକ ଭାଇ ଭଉଣୀ ଏଥିରେ ଯୋଗଦାନ କରିଥିଲେ।ବ୍ରହ୍ମାକୁମାର ଅକ୍ଷୟ ଭାଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଏହାପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଟ୍ରେନିଂ ହଲରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀ ଜୀବନ୍ତ ଆଚାର୍ଯ୍ୟଙ୍କ ସମ୍ମୁଖରେ ଉପସ୍ଥିତ ଆଶାକର୍ମୀ ମାନଙ୍କୁ ତଥା ଜିଲ୍ଲା କାରାଗାର ପରିସରରେ ଅନ୍ତେବାସୀ ୨୦୦ କଏଦୀ ଭାଇଭଉଣୀ ମାନଙ୍କୁ ଏବଂ କର୍ମଚାରୀ ମାନଙ୍କୁ , ପଲ୍ଲାଠାରେ ଅବସ୍ଥିତ ନିଶା ନିବାରଣ କେନ୍ଦ୍ର ରିଅଲଲାଇଫ ରେ ଅନ୍ତେବାସୀ ନିଶାଡି ୫୨ ଜଣଙ୍କୁ ଓ ମୁକ୍ତି ଫାଉଣ୍ଡେସନରେ ଅନ୍ତେବାସୀ ୨୫ ନିଶାଡି ଭାଇଙ୍କୁ ଏବଂ ଗୋଡ଼ିପୋଖୋରୀ ଠାରେ ଥିବା ‘ଜୀବନ ଆଶା ‘ ନିଶା ନିବାରଣ କେନ୍ଦ୍ର ପରିସରରେ ଅନ୍ତେବାସୀ ୧୬ ଜଣ ନିଶାଡି ଭାଇଙ୍କୁ ବ୍ରହ୍ମାକୁମାରୀ ଖୋର୍ଦ୍ଧା ସେବାକେନ୍ଦ୍ର ତରଫରୁ ତମାଖୁ ବର୍ଜନ କରିବାର ଶିକ୍ଷା ଦିଆଯାଇଥିଲା।

Subha Khabar is now on Whatsapp
Join and get latest news update delivered to you via whatsapp
Join Now