ପାଣିପାଗ ଖବର ..୧୭ ଜିଲ୍ଲା କୁ ସତର୍କ ସୂଚନା

ଭୁବନେଶ୍ଵର :-ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ ,୧୭ ଜିଲ୍ଲା ବାସି ହୁଏ ସାବଧାନ । କାଳବୈଶାଖୀର ପୂର୍ବାନୁମାନ କରି ୧୭ଟି ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା, ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।


ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି-: ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ନୟାଗଡ଼ ଏବଂ କଟକ । ଏହିସବୁ ଜିଲ୍ଲା ଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ି ସହ ଝଟକା ପବନ ( ୪୦-୫୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।

ସେହିଭଳି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି-: ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବରଗଡ଼ ଏବଂ ଅନୁଗୁଳ । ଏହିସବୁ ଜିଲ୍ଲା ଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲା ଗୁଡ଼ିକ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ରହିବାକୁ କହିଛି ପାଣିପାଗ କେନ୍ଦ୍ର ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *