ଉତ୍କଳ ସାମ୍ବାଦିକ ସଂଘ ଦ୍ଵାରା ଖୋରଧା ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ*

ଖୋରଧା:-  (ଶୁଭ ଖବର)ବିଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସମ୍ବାଦ ପରିବେଷଣ କୁ ନେଇ ଆକ୍ରମଣ ଘଟଣା କ୍ରମାଗତ ଭାବେ ବଢ଼ି ଚାଲିଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ର ପୁଇନ୍ତଳା ଥାନା ଅନ୍ତର୍ଗତ କୁଲଥିପାଲି ରେ ‘ବଡ଼ ଖବର ‘ ଗଣମାଧ୍ୟମ ପ୍ରତିନିଧି ବିଜୟ ପ୍ରଧାନ ଙ୍କୁ ଗୋଡ଼ ହାତ ବାନ୍ଧି ବର୍ବରୋଚିତ ଆକ୍ରମଣ କରିବା ଓ ଅମାନୁଷିକ ବ୍ୟବହାର କରିବା ନେଇ ସାରା ରାଜ୍ୟରେ ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।ଘଟଣା ର ତିନି ଦିନ ପରେ ୪ ଜଣ ସହ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଠିକାଦାର ରାଜେନ୍ଦ୍ର ଦଳେଇ ଙ୍କୁ ବଲାଙ୍ଗୀର ପୁଲିସ ଧରିବାରେ ସକ୍ଷମ ହୋଇନାହିଁ ।

ଉତ୍କଳ ସାମ୍ବାଦିକ ଖୋରଧା ପକ୍ଷରୁ ଖୋରଧା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ମୁଖ୍ୟ ଆସାମୀ କୁ ଗିରଫ କରିବା ସହ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବୃଦ୍ଧି ପାଇଥିବା ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ତଥା ମୁକ୍ତ ସାମ୍ବାଦିକତା ସୁରକ୍ଷା ଦେବାରେ ପ୍ରତିବଦ୍ଧତା ସ୍ୱରୂପ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ହେବା ନେଇ ଦୃଷ୍ଟି ଆକର୍ଷଣ ପୂର୍ବକ ଆଜି ଉତ୍କଳ ସାମ୍ବାଦିକ ସଂଘ , ଓଡ଼ିଶା ର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ବାନ କ୍ରମେ ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ଅବ୍ୟକ୍ତ ହରିହର ଖlଡଙ୍ଗା ଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟନାରାୟନ ପାଇକରାୟ, ପ୍ରଭାତ ପାଣିଗ୍ରାହୀ, ପ୍ରଦୀପ ବେହେରା,ରମେଶ ସାହୁ, ସତ୍ୟପ୍ରକାଶ ସାହୁ,ଅମିତ୍ ଦାସ ,ବିକ୍ରମ ସାହୁ,ପ୍ରଶାନ୍ତ  କୁମାର ସାହୁ,ସୁରେଶ କୁମାର ମହାରଣା,ପ୍ରଫୁଲ୍ଲ କୁମାର ସାହୁ, ଅବନିକାନ୍ତ ଜେନା ଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ସରକାରଙ୍କ ସମୀପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ  ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଙ୍କୁ ପ୍ରଦାନ କରାଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *