ପୂର୍ବ ଓଡ଼ିଶା ର ପ୍ରଥମ ଶୀତଳଷଷ୍ଠୀ ମହୋତ୍ସବ

ଖୋର୍ଦ୍ଧା (ଶୁଭ ଖବର): ଆସନ୍ତା ୧ ରୁ ୯ତାରିଖ ନବ ଦିନ ବ୍ୟାପି ଚାଲିବ ଗମେଇଁ ଗ୍ରାମଡିହ ଶୀତଳଷଷ୍ଠି ମହୋତ୍ସବ । ଜଟଣୀ ନିର୍ବାଚନମଣ୍ଡଳୀ ର ଉତ୍ତର ଜଟଣୀ ଗଙ୍ଗପଡା ପଂଚାୟତ ର ଗ୍ରାମଡିହ ବାବା ସ୍ୱପ୍ନେଶ୍ୱର ପୀଠ ପରିସରରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଆଜି ଏନେଇ ଆୟୋଜକ କମିଟି ବାବା ସେନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମିକନ ମହାରଣା ସଭାପତିତ୍ୱ ରେ ପ୍ରମୁଖ ଉପଦେଷ୍ଟା ସୀତାକାନ୍ତ ନାୟକ ମହୋତ୍ସବ ର ରୂପରେଖ ସମ୍ପର୍କରେ ବିସ୍ତୁୃତ ବିବରଣୀ ରଖିଥିଲେ । ବିଗତ ଦୁଇବର୍ଷ ଧରି ୯ଦିନ ବ୍ୟାପି ଚାଲିବାକୁ ଥିବା ମହୋତ୍ସବ କୁ ଚଳିତ ବର୍ଷ ମଧ୍ୟ ଶାନ୍ତିଶୃଙ୍ଖଳାରେ କରିବା ପାଇଁ ଆୟୋଜକ କମିଟି ଲକ୍ଷ୍ୟ ରଖିଛି । ପୂର୍ବ ଓଡିଶାର ପ୍ରଥମ ଶୀତଳଷଷ୍ଠି ମହୋତ୍ସବ ଏହା ହୋଇଥିବା ସଭାପତି କହିଛନ୍ତି ।ପ୍ରଥମେ ଆସନ୍ତା ୩୧ତାରିଖରେ ଆଡମ୍ବରପୁର୍ଣ୍ଣଭାବେ ଶିବ ବିବାହ କରାଯିବ । ଏହାପର ଦିନ ମହୋତ୍ସବ କରାଯିବ । ୯ଦିନ ବ୍ୟାପି ମଂଚଯାତ୍ରା ଓ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରତ୍ୟେକ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ ।


  ତନ୍ମଧ୍ୟରେ ପାଇକ ଆଖଡା ସମରକଳା, ସମ୍ବଲପୁରୀ ଲୋକନୃତ୍ୟ, ଘୁଡୁକୀ ନୃତ୍ୟ, ମାହାରୀ ନୃତ୍ୟ, ଦଶାବତାର, ଯୋଡିଶଙ୍ଖ, ରଣପା, ଘଂଟବାଦ୍ୟ, ନୃତ୍ୟାଭିନୟ, ପଲ୍ଲୀନୃତ୍ୟ, ଓଡିଶୀ, ଘୋଡାନାଚ, ମେଢ ନୃତ୍ୟ, ପଶୁନୃତ୍ୟ, ଘୁମୁରା ନୃତ୍ୟ, ଛଉନୃତ୍ୟ, ମୋଗଲ ତାମସା, ଦାସକାଠିଆ, ମାଲଖମ୍ବ, ବନାଟି, ଗୋଟିପୁଅ, ବାଉଁଶରାଣୀ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଅପେରା ଓ ସୁପର୍ ମୀନାବଜାର ଲୋକଙ୍କୁ ଆମୋଦପ୍ରମୋଦ ଯୋଗାଇବାରେ ସହାୟକ ହେବ ବୋଲି ସଭାପତି ମହାରଣା ସୂଚନା ଦେଇଛନ୍ତି ।
  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଦୋଷ ମହାନ୍ତି, ବଳିଆ ବେହେରା, କୋଷାଧ୍ୟକ୍ଷ ରବିନ ସିଂହଙ୍କ ସମେତ ସ୍ଥାନୀୟ ଯୁବକ, ବୁଦ୍ଧିଜିବୀ ଶିକ୍ଷାିବତ୍  ପ୍ରମୁଖ ଉପସ୍ଥିତଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *