ଭୁବନେଶ୍ଵର : – (ଶୁଭ ଖବର ) ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଂଜନ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଓଷ୍ଟା ର ପ୍ରାକ୍ତନ ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ବିଶ୍ବାଳ,ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ବାଳ,ମାଣିକେଶ୍ବର ସ୍ବାଇ ,ରମାକାନ୍ତ ମହାପାତ୍ର, ରଂଜନ ପଣ୍ଡା,ପ୍ରମୋଦ ହୋତା,ଅଜୟ ପତି,ଗରୁଡ ସାହୁ,ସୁରେଶ ଦାଶ,ପ୍ରମୁଖ ୧୨ ଜଣିଆ ପ୍ରତିନିଧି ମଣ୍ଡଳୀ ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ଼ୀରାଜ ହରିଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଏବଂ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ,ପାଳଲହଡା ବିଧାୟକ ଅଶୋକ ମହାନ୍ତି ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତ୍ରିନାଥ ମାଝୀଙ୍କ ଉପସ୍ଥିତିରେ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀମାନଙ୍କୁ ପେନସନ ସହିତ ଚାକିରୀ ସର୍ତ୍ତlବଳି, ୧୯୯୪ଅନୁଦାନ ନିୟମlନୁସାରେ ଅନୁଦାନ, ଗ୍ରେଡ଼ ପେ ରେ ଥିବା ଅସଂଗତି ଦୂରୀକରଣ, ପୂର୍ଣ୍ଣ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ପାଇଁ ଆର୍ ଏ ସ୍କିମର ପୂର୍ଣ୍ଣ ପ୍ରଚଳନ, ନୂତନ ଅନୁଦାନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି,ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କରଣ ଓ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କର ଥିବା ବିଭିନ୍ନ ସମସ୍ୟା ,୭ମ ବେତନ ରୁ ବଞ୍ଚିତ ଶିକ୍ଷକ ମାନଙ୍କୁ ୭ମ ବେତନ, ଆନ୍ଟିଡେସନ ଆଦି ବିଷୟରେ ଆଲୋଚନା କରାଯାଇଥିଲା l ଆଲୋଚନା ସକାରାତ୍ମକ ଥିଲା ଏବଂ ଖୁବ ଶିଘ୍ର ପରବର୍ତ୍ତୀ ବୈଠକ କରାଯାଇ ସମସ୍ତ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ବୋଲି ସାଧାରଣ ସମ୍ପାଦକ ଓଷ୍ଟା ଜଣାଇଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now